www.samajalive.in
Sunday, December 14, 2025
19.1 C
Bhubaneswar

ଜନସେବା କେନ୍ଦ୍ରରେ ଇ-ଟିକେଟ ଜାଲିଆତି: ରେଳ ବିଭାଗର ଚଢ଼ାଉ, ଜଣେ ଗିରଫ

କୁଆଁପାଳ: ଆପଣ ରେଳରେ ଯିବେକି? ଏଥିପାଇଁ ଆପଣଙ୍କୁ ଗ୍ରାମାଞ୍ଚଳରେ ଖୋଲାଯାଇଥିବା ବେଆଇନି ଟିକେଟ କାଉଣ୍ଟରରୁ ଇ-ଟିକେଟ ଯୋଗାଇ ଦିଆଯାଉଛି। ଏସବୁ ସ୍ଥାନରୁ ଟିକେଟ ବୁକିଙ୍ଗ ନାଆଁରେ ବ୍ୟାପକ ଠକେଇ ହେବାର ସୁରାକ ମିଳିବାରୁ ରେଲୱେ ପୁଲିସ ପକ୍ଷରୁ ମାହାଙ୍ଗା ଥାନା ଅନ୍ତର୍ଗତ କୁଆଁପାଳ ବଜାରର ଏକ ଦୋକାନରେ ଚଢ଼ାଉ କରାଯାଇଥିଲା। ରେଳ ବିଭାଗର ନକଲି ଆଇଡି ବ୍ୟବହାର କରି ଅସାଧୁ ଉପାୟରେ ଲକ୍ଷ ଲକ୍ଷ ଟଙ୍କା ଆୟ ଖବର ମିଳିବା ପରେ ଏହି ଇ -ଟିକେଟ କାଉଣ୍ଟର ଉପରେ ଶନିବାର ମଧ୍ୟାହ୍ନରେ ଚଢ଼ାଉ କରିଛି କଟକ ରେଲୱେ ପୋଲିସ।

‘ଏ ୱାନ ଅନଲାଇନ ସପ’ ଉପରେ ଆଜି ଚଢ଼ାଉ ପରେ ଅସଲ କଥା ଜଣାପଡିଛି। ସୂଚନା ମୁତାବକ ଏହି ଜନସେବା କେନ୍ଦ୍ରକୁ ରେଳ ବିଭାଗ ଗୋଟିଏ ଆଇଡି ଦେଇଥିବା ବେଳେ ଅଧିକ ମୁନାଫା ପାଇଁ ସେମାନେ ଏକାଧିକ ନକଲି ଆଇଡି ବ୍ୟବହାର କରିଆସୁଥିଲେ। ରେଳ ବିଭାଗର ନକଲି ଆଇଡିରେ ଯାତ୍ରୀମାନଙ୍କୁ ଡୁପ୍ଲିକେଟ ଇ-ଟିକେଟ ଯୋଗାଇ ବିପୁଳ ଅର୍ଥ ରୋଜଗାର କରୁଥିବା ଅଭିଯୋଗ ହୋଇଥିଲା।

- Advertisement -

ଏଭଳି ଠକେଇ କରି ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିବା ଏହି ନକଲି ରେଳ ଟିକେଟ ବିକ୍ରୀ କାଉଣ୍ଟର ଉପରେ ରେଳ ବିଭାଗ ପକ୍ଷରୁ କଟକ ରେଳବାଇର ସବ ଇନ୍ସପେକ୍ଟର ଅରୁଣ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ ଚଢ଼ାଉ କରିଥିଲା। ଚଢ଼ାଉରେ ଏହି ଜନସେବା କେନ୍ଦ୍ରରୁ ବହୁ ନକଲି କାଗଜପତ୍ର ସହିତ ବିପୁଳ ପରିମାଣର ନକଲି ଇ -ଟିକେଟ, କମ୍ପ୍ୟୁଟର ହାର୍ଡ ଡିକ୍ସ, ମୋବାଇଲ ଏବଂ ଅନ୍ୟାନ୍ୟ ସରଞ୍ଜାମ ଜବତ ହୋଇଛି। ଏହି ଘଟଣାରେ ରେଳବାଇ ପୁଲିସ ଗୁଣୁପୁର ଅଂଚଳର ଦୀପକ ସାହୁ ନାମକ ଜନୈକ ଯୁବକକୁ ଅଧିକ ପଚରାଉଚୁରା ପାଇଁ ହେପାଜତକୁ ନେଇଥିବା ଜଣାପଡିଛି। ତେବେ ଏହି ଠକେଇ କାରବାରରେ ଅଧିକ ଲୋକ ସମ୍ପୃକ୍ତ ଥିବା ସମ୍ଭାବନା ଥିବାରୁ ମାହାଙ୍ଗା ପୁଲିସ ଖୋଳତାଡ଼ କରୁଥିବା ସୂଚନା ମିଳିଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories