www.samajalive.in
Sunday, December 14, 2025
23.1 C
Bhubaneswar

ନବରଙ୍ଗପୁର ଷ୍ଟାଡିୟମ: ଅର୍ଦ୍ଧନିର୍ମିତ ଅବସ୍ଥାରେ ବ୍ୟାୟାମଶାଳା

ନବରଙ୍ଗପୁର::ଜିଲା ସଦର ମହୁକୁମାର ଏକ ମାତ୍ର ବିଜୁପଟ୍ଟନାୟକ ଜିଲା ଷ୍ଟାଡିୟମର ଦୂରାବସ୍ଥା କହିଲେ ନସରେ। ଏଠାରେ ଆଉଟଡୋର ଓ ଇନଡୋର ଷ୍ଟାଡିୟମ ରହିଛି। ହେଲେ ଆଉଟଡୋର ର ଖେଳପଡିଆର ଅବସ୍ଥା ଅତିଶୋଚନୀୟ ହୋଇ ପଡିଛି। ଏଠାକୁ ଦୈନିକ ଶତାଧିକ ଲୋକ ପ୍ରାତଃଭ୍ରମଣ ଓ ସାଂନ୍ଧ୍ୟଭ୍ରମଣରେ ଯାଉଛନ୍ତି। ଏହାଛଡା ଜିଲା କ୍ରିଡା ସଂଘ ପକ୍ଷରୁ ନିୟମିତ ଭାବେ ଉଭୟ ପୁରୁଷ ଓ ମହିଳା ଖେଳାଳୀ ମାନଙ୍କର ଖେଳର ଅଭ୍ୟାସ କରାଯାଉଛି। କ୍ରିକେଟ, ହକି ,ଭଲିବଲ ,ଫୁଟବଲ ଭଳି କ୍ରିଡାର ପ୍ରଶିକ୍ଷଣ ଓ ଅଭ୍ୟାସ କରାଯାଉଛି। ତେବେ ଏହି ପଡିଆର ଶୋଚନୀୟ ଅବସ୍ଥା ଆଖିରେ ନଦେଖିଲେ ବିଶ୍ୱାସ କରି ହେବନି। ଏହି ଷ୍ଟାଡିୟମର ପଡିଆ ଖାଲଢିପର ଭରପୁର ହୋଇ ରହିଛି। ଭ୍ରମଣ ପାଇଁ ପାଦଚଲା ରାସ୍ତାଟିଏ ନାହିଁ। ଲୋକ ମାନେ ପଡିଆ ଭିତରେ ଆବଡାଖାବଡା ରାସ୍ତା ଉପରେ ଚାଲିବାକୁ ବାଧ୍ୟ ହେଉଛନ୍ତି। ଅନେକ ବୟସ୍କ ତଥା ଛୋଟ ପିଲା ମାନେ ଚାଲିଲାବେଳେ ପଡି ଯାଉଥିବାବେଳେ ପାଦ ମଚକିବା, ପଡିଯିବା ଭଳି ବିଭିନ୍ନ ଦୁର୍ଘଟଣାରର ଶିକାର ହେଉଥିବା ଜଣାପଡିଛିା ବିଶେଷ କରି ମାଟିଧୂଳି ରେ ଜୋତା ଭରି ଯାଉଥିବାବେଳେ ପଡିଆରେ ଘାସ ନାହିଁ। ପଡିଆର ଅର୍ଦ୍ଧେକ ଅଞ୍ଚଳ ବିଭିନ୍ନ କଣ୍ଟା ଓ ଲଟାବୁଟାରେ ଭରି ରହିଛି। ଷ୍ଟାଡିୟମର ଚାରିପଟେ ରହିଥିବା ବସିବା ଗ୍ୟାଲେରି ଅପରିସ୍କାର ହେବା ସହିତ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି। ରାତ୍ରୀରେ ବାହାରଲୋକର ଅବାଧ ପ୍ରବେଶ ସହିତ ବହୁ ଅସାମାଜିକ କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି। ମଦବୋତଲ ସହିତ ବ୍ୟବହାର୍ଯ୍ୟ ଜିନଷ ପତ୍ର ଫିଙ୍ଗାଯାଉଛି। ଖାଲଢିପରେ ଭରି ରହିଥିବା ଏହି ପଡିଆ ରେ କିଛି ଅଞ୍ଚଳରେ ଏବେ ମାଟି ଭରି ସମତଳ କରିବାକୁ ଉଦ୍ୟମ କରାଯାଉଛିା ତେବେ ଏଡି ମାଟିରେ ଇଟା ଓ ଛୋଟ ପଥର ରହୁଥିବାରୁ ଏହା କେତେ ଉପଯୋଗୀ ତାହା ବିଚାର କରିବାକଥା, ପଡିଆରେ ପାଚୋରୀର ଗୋଟି ପଟ ମେଲା ରହିଛି। ଫଳରେ ଗାଇ ଗୋରୁ ,କୁକୁରଙ୍କର ଅବାଧ ପ୍ରବେଶ ହେଉଛିା ଏଠାରେ ପାଣି ପାଇଁ ବୋରୱେଲ ଖୋଳାଯାଇଥିଲେ ହେଁ ପଡିଆରେ ଘାସ ନଥିବାବେଳେ ଟାଙ୍ଗରା ଭୂଇଁ ପାଲଟିଛି। ପଡିଆ ଭିତରେ ଗୋଡି ପଥର ପଡି ରହିଥିବାବେଳେ ଏହା ଖେଳାଳୀ ମାନଙ୍କୁ ବ୍ୟଥିତ କରୁଛି। ଏଠାରେ ପ୍ରତିବର୍ଷ ଜିଲାସ୍ତରୀୟ ସ୍ୱାଧୀନତାଦିବସ ଓ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଉଛି। ସେହି ସମୟରେ ସାମାନ୍ୟ ମରାମତି କରି ଧର୍ମକୁଆଖିଠାର ସଦୃଶ୍ୟ କରାଯାଉଛି। ବହୁବାର ଏହି ପଡିଆର ମରାମତି କରାଯାଇଛି। ତଥାପି ଆନ୍ତରିକତାର ଅଭାବ କାରଣରୁ ଏହା ପୂର୍ଣ୍ଣାଙ୍ଗ ହୋଇ ପାରୁନି। ଫଳରେ ପଡିଆର ଅର୍ଦ୍ଧାଧିକ ଭାଗ ବ୍ୟବହାରହୋଇ ପାରୁନି। ଏହାଛଡା ଗତ୨୦୨୦-୨୧ ଆର୍ଥୀକ ବର୍ଷରେ ଜିଲା କ୍ରିଡା ବିଭାଗ ପକ୍ଷରୁ ୧୫ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିବାବେଳେ ଏହା ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ କାମ କରାଯାଇଛି। ଏହି ଅନୁଦାନରେ ଖୋଲା ବ୍ୟାୟାମ ଶାଳା, କ୍ଷୁଦ୍ର ଗୃହ ଓ ଦୁଇଟି ଶୈାଚାଳୟ ନିର୍ମାଣ କରିବାକଥା। କିନ୍ତୁ ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ ଏହି ନିର୍ମାଣ କାର୍ଯ୍ୟ ଅର୍ଦ୍ଧନିର୍ମିତ ଭାବେ ପଡିରହିଛି। ବ୍ୟାୟାମଶାଳା ଘର ନିର୍ମାଣ କରି କେବଳ ସ୍ଲାପ ପକାଇ ଛାଡି ଦିଆଯାଇଛି। ଏହାର ଫିନିସିଙ୍ଗ୍‍ କାମ, ଶୋ÷ଚାଳୟ ହୋଇପାରୁନି। ଫଳରେକ୍ରିଡାବିତ ଙ୍କର ମଧ୍ୟରେ ନିରାଶା ଦେଖାଦେଇଛି। ବ୍ୟାୟାମଶାଳା ଘର କବାଟ ଖୋଲା ଛାହି ଦିଆଯାଇଥିବାରୁ ରାତ୍ରରେ ଅସାମାଜିକ କାମ ହେଉଥିବା କୁହାଯାଉଛି। ଜିଲାର ସଦର ମହକୁମାରେ ଏଭଳି ଦୟନୀୟ ଅବସ୍ଥାରେ ଷ୍ଟାଡିୟମ ରହିଥିବାବେଳେ ଏହାକୁ ଦେଖିବାକୁ କେହି ନାହାନ୍ତି। ଜିଲାରେ କ୍ରିଡାର ଭିତ୍ତିଭୂମିର ବିକାଶ ପାଇଁ ଏହି ଜିଲାସ୍ତରୀୟ ଷ୍ଟାଡିୟମର ଗୁରୁତ୍ୱ ରହିଥିବାବେଳେ ଏଥିପ୍ରତି ଜିଲା ପ୍ରଶାସନର ଗୁରୁତ୍ୱ ନଥିବା ପ୍ରତିୟମାନ ହେଉଛିା ଏସଂପର୍କରେ ଜିଲା କ୍ରିଡା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରୁ ଆଇଟିଡିଏ କାମ କରୁଥିବାକହି ନିଜ ଦାୟୀତ୍ୱ ଝାଡି ଦେଇଥିଲେ। ଅପରପକ୍ଷରେ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଅଭିମନ୍ୟୁ ମାଝୀଙ୍କୁ ପଚାରିବାରୁ ସେ କନିଷ୍ଠଯନ୍ତ୍ରୀଙ୍କୁ କହିବେ ବୋଲି କହିଥିଲେ। ତେବେ ଏଠାରେ ଏହି ଷ୍ଟାଡିୟମ ପାଇଁ କେହି ଉତ୍ତରଦାୟୀ ନରହିବା ସମସ୍ତଙ୍କୁ ବିସ୍ମିତ କରିଛି।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories