www.samajalive.in
Monday, December 8, 2025
14.1 C
Bhubaneswar

ବିଭିନ୍ନ ହୋଟେଲ ଓ ଦୋକାନ ଉପରେ ଶ୍ରମବିଭାଗର ଚଢାଉ; ୩ ଶିଶୁ ଶ୍ରମିକ ଉଦ୍ଧାର

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ଥିବା କେତେକ ହୋଟେଲ ସହିତ ଦୋକାନ ଉପରେ ଶ୍ରମବିଭାଗ ପକ୍ଷରୁ ଗୁରୁବାର ଚଢାଉ କରାଯାଇ ବେନିୟମ ଭାବେ ଶିଶୁ ଶ୍ରମିକମାନଙ୍କୁ ଖଟାଉଥିବା ଅଭିଯୋଗରେ ତିନି ଜଣଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି । ଜିଲା ଶ୍ରମ ଅଧିକାରୀ ବିମଲ ସେଠୀ ଓ ସହକାରୀ ଶ୍ରମ ଅଧିକାରୀ ବୁଲୁ ଶ୍ରୀହରିଙ୍କ ସହିତ ଶିଶୁ କଲ୍ୟାଣ କମିଟି ସଦସ୍ୟ ମିଳିତ ଚଢାଉ ବେଳେ ବସଷ୍ଟାଣ୍ଡ ନିକଟରେ ଥିବା ସୁଶାନ୍ତ କୁମାର ଚୌଧୁରୀ, ନୀଳମଣି ସ୍ବାଇଁଙ୍କ ତେଜରାତି ଦୋକାନ ଓ ରାମଚନ୍ଦ୍ର ବିଷୋଇଙ୍କ ଫାଷ୍ଟଫୁଡ୍ ଦୋକାନରେ ବେଆଇନ୍ ଭାବେ ଶିଶୁ ଶ୍ରମିକ ରଖାଯାଇ କାମ କରାଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ତିନି ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲାର ଜଣେ ଥିବାବେଳେ ଲକ୍ଷ୍ମୀପୁର ବ୍ଲକର ବୁର୍ଜା ପଞ୍ଚାୟତର ମାତ୍ଲାମ୍ବା ଗ୍ରାମର ଜଣେ ଏବ ଦଶମନ୍ତପୁର ବ୍ଲକର ପୋଡାଗଡ ନିକଟରେ ଜଣଙ୍କ ଘର ବୋଲି ଜଣାପଡ଼ିଛି । ସରକାର ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ବିଶେଷକରି ଅନୁସୂଚିତ ଜନଜାତି ଓ ଜାତି ବର୍ଗର ପିଲାମାନଙ୍କ ପାଇଁ ମାଗଣାରେ ହଷ୍ଟେଲରେ ରହି ପାଠ ପଢିବା ବ୍ୟବସ୍ଥା ଥିବାବେଳେ ସେମାନେ ହୋଟେଲଠାରୁ ଆରମ୍ଭ କରି ଗ୍ୟାରେଜ୍ ଆଦି ବିଭିନ୍ନ ସ୍ଥାନରେ ବିପଦସଙ୍କୁଳ ଭାବେ କାମ କରୁଛନ୍ତି ।

ସେହିପରି ଚଢାଉ ସମ୍ବନ୍ଧରେ ଖବର ପାଇ ଅନେକ ଯେଉଁମାନେ କି ସାନ ପିଲାଙ୍କୁ ରଖି କାମ କରୁଥିଲେ ସେମାନଙ୍କୁ ଲୁଚାଇ ଦେଇଥିବାବେଳେ କିଛି ସେମାନଙ୍କ ଦୋକାନ ବନ୍ଦ କରି ଦେଇଥିବା ଦେଖିବାକୁ ମିଳିଥିଲା । ଏହି ଚଢାଉର ଲକ୍ଷ୍ମୀପୁର ଥାନା ପୁଲିସର ସହାୟତା ନିଆଯାଇଥିଲା । ସେହିପରି ସମସ୍ତଙ୍କୁ କୋରାପୁଟ ଶିଶୁ କଲ୍ୟାଣ କମିଟି ଜିମା ଦିଆଯିବା ସହିତ ସେମାନଙ୍କ ଅଭିଭାବକ ଆସିଲା ପରେ ଯେକୌଣସି ନିଷ୍ପତ୍ତି ନିଆଯିବ ଓ ଯଦି ସମ୍ପୃକ୍ତ ଉଦ୍ଧାର ପିଲାମାନଙ୍କ ବୟସ ୧୪ ବର୍ଷରୁ କମ୍ ହୋଇଥିବ ତେବେ ଯେଉଁମାନେ ଏମାନଙ୍କୁ ରଖି କାମ କରାଉଥିଲେ ସେମାନଙ୍କ ନାଁରେ ମକଦ୍ଦମା ରୁଜ୍ଜୁ କରାଯିବ ବୋଲି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories