www.samajalive.in
Monday, December 15, 2025
14.1 C
Bhubaneswar

ଆଳୁ ଗୋଦାମରେ ଯୋଗାଣ ବିଭାଗ ଚଢାଉ

ଗୁଣୁପୁର : ରାଜ୍ୟରେ ଆଳୁ ଆମଦାନୀ ବନ୍ଦ ହେବା ପରେ ଅଞ୍ଚଳରେ ଆଳୁର ଅହେତୁକ ଦର ବୃଦ୍ଧି ପାଇଛି। ଆଳୁର କଳାବଜାରୀକୁ ରୋକିବା ପାଇଁ ଆଜି ଗୁଣୁପୁର ଯୋଗାଣ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗୁଣୁପୁର ପୈାରପରିଷଦ ଅଞ୍ଚଳର ଆଳୁ ଗୋଦାମ, ରିଟେଲର ଦୋକାନ ଓ ଦୈନିକ ବଜାରରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଆଳୁର ପ୍ରକୃତ ଦର କେଜି ପିଛା ୩୧ ଟଙ୍କା ୫୦ ପଇସା ରହିଥିବାବେଳେ ଗୋଟିଏ ଆଳୁବସ୍ତାରେ ୪୧ କେଜି ଆଳୁ ରହୁଛି ଯାହାର ଦାମ  ୧୨୮୦ ଟଙ୍କା ରିଟେଲର ଦୋକାନ ଗୋଦାମରୁ କ୍ରୟ କରୁଛନ୍ତି। ସେହି ଆଳୁକୁ ସେମାନେ ୩୫ ଟଙ୍କାରେ ମାର୍କେଟରେ ଆଳୁ ବିକ୍ରି କରୁଥିବା କିଛି ଦୋକାନୀ କହିଛନ୍ତି। ଆଳୁ ଦରକୁ ପ୍ରତ୍ୟେକ ଦୋକାନୀ ନିଜ ଦୋକାନ ସମ୍ନୁଖରେ ରେଟ୍ ସାରଣି ଲଟକାଇବା ପାଇଁ ନିର୍ଦେଶ ଦିଆଯାଇଛି।  ଚଢା ଦରରେ ଯଦି ଆଳୁର କଳା ବଜାରୀ କରାଯାଇ ଅହେତୁକ ଦର ବୃଦ୍ଧି କରି ବାହାରେ ବିକ୍ରି ହୁଏ ତେବେ ଅଭିଯୋଗ ହେଲେ ଦୋକାନୀ ବିରୋଧରେ ସରକାରୀ ନିୟମ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ଗୁଣୁପୁର ଯୋଗାଣ ବିଭାଗ ଅଧିକାରୀ ଦେବବ୍ରତ ମହାପାତ୍ର କହିଛନ୍ତି ।

ଫାଇନାଲ ମ୍ୟାଚରେ ‘ଭଗବଦ୍‌ ଗୀତା’ କଥା ମନେ ପକାଉଥିଲେ ମନୁ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories