www.samajalive.in
Sunday, December 7, 2025
23.1 C
Bhubaneswar

ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ , ମୋଦୀଙ୍କ ସାଙ୍ଗିଆକୁ ନେଇ ଏକ ନିର୍ବାଚନ ସଭାରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ

ନୂଆଦିଲ୍ଲୀ – ସୁରାଟର ଏକ ଅଦାଲତ ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ କରିଛନ୍ତି । ମୋଦୀଙ୍କ ସାଙ୍ଗିଆରେ ସେ ଏକ ନିର୍ବାଚନ ସଭାରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ୨୦୧୯ ମସିହାରେ କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନୀ ସଭାରେ ମୋଦୀ ସାଙ୍ଗିଆକୁ ନେଇ ସେ ଏପରି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏହାପରେ ରାହୁଲ ଗାନ୍ଧୀଙ୍କ ନାମରେ ସୁରାଟରେ ମାମଲା ରୁଜୁ କରାଯାଇଥିଲା । ତାଙ୍କୁ ଦୁଇ ବର୍ଷ କାରାଦଣ୍ଡାଦେଶ ସହ ଜାମିନ ମଞ୍ଜୁର କରାଯାଇଛି ।

ଶୁକ୍ରବାରରେ ଏହି ମାନହାନୀ ମାମଲର ଶୁଣାଣୀ କରି ସୁରାଟର ମୁଖ୍ୟ ନ୍ୟାୟାଧୀଶ ତାଙ୍କର ରାୟ ଶୁଣାଇଛନ୍ତି । ରାହୁଲ ସଭାରେ ମୋଦୀ ସାଙ୍ଗିଆ ଧାରୀ ଚୋର ବୋଲି କହିଥିବା ଅଭିଯୋଗ ହୋଇଥିଲା । କାହିଁକି ସବୁଚୋର , ନୀରବ ମୋଦୀ କି ଲଳିତ ମୋଦୀ କି ନରେନ୍ଦ୍ର ମୋଦୀ , ମୋଦୀ ସାଙ୍ଗିଆ ଧାରୀ ବୋଲି ରାହୁଲ୍ଲ କହିଥିଲେ । ରାହୁଲ ଗାନ୍ଧୀଙ୍କ ପାଇଁ ମାମଲା ପରିଚାଳନା କରୁଥିବା କିରିତ ପନଓ୍ୱାଲ, ରାହୁଲ ଗାନ୍ଧୀ ସୁରାଟ ଜିଲ୍ଲା ଅଦାଲତରେ ହାଜର ହୋଇପାରନ୍ତି ବୋଲି ସୂଚନା ଦେଇଛନ୍ତି ।

- Advertisement -

ରାହୁଲ ଗାନ୍ଧୀ ଏହି ମାମଲାରେ ଅଦାଲତଙ୍କ ନିକଟରେ ୨୦୨୧ ଅକ୍ଟୋବରରେ ହାଜର ହୋଇଥିଲେ । ତାଙ୍କ ନାମରେ ଭାରତୀୟ ପିଙ୍ଗଳଧାରା ୪୯୯ ଏବଂ ୫୦୦ ଅନୁସାରେ ମାମଲା ରୁଜୁ ହୋଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories