www.samajalive.in
Friday, December 5, 2025
20.1 C
Bhubaneswar

ମଙ୍ଗଳବାର ଓଡ଼ିଶାରେ ପହଁଚିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା: ସୁନ୍ଦରଗଡ଼ରେ ନିର୍ବାଚନ ବିଗୁଲ ବଜାଇବେ ରାହୁଲ

ଭୁବନେଶ୍ବର:ମଙ୍ଗଳବାର ଓଡିଶାରେ ପହଞ୍ଚିବ ଭାରତ ଯୋଡ ନ୍ୟାୟ ଯାତ୍ରା । ନ୍ୟାୟ ଯାତ୍ରାରେ ସୁନ୍ଦରଗଡରେ ପହଞ୍ଚିବେ ରାହୁଲ ଗାନ୍ଧି । ସୁନ୍ଦରଗଡ, ରାଉରକେଲା ଓ ଝାରୁସୁଗୁଡାରେ ୩ ଦିନ ଚାଲିବ ରାହୁଲଙ୍କ ଯାତ୍ରା । ଏହି ସମୟରେ ସେ ପଦ ଯାତ୍ରା ସହ ଜନସଭା ବି କରିବେ । ସେଠାରୁ ୧୧ କିଲୋମିଟର ଯାତ୍ରା କରି ରାହୁଲ ଗାନ୍ଧୀ ରାମପାଲର ବିଜାବାହାଲଠାରେ ରାତ୍ରିଯାପନ କରିବେ । ରାହୁଲଙ୍କ ନ୍ୟାୟ ଯାତ୍ରା ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ରାହୁଲଙ୍କ ଯାତ୍ରାକୁ ସଫଳ କରିବା ପାଇଁ କଂଗ୍ରେସର ବରିଷ୍ଠ ନେତାମାନେ ରାଉରକେଲାରେ ଡେରା ପକାଇଛନ୍ତି ।ଏହାପରେ ଫେବୃଆରୀ ୭ ତାରିଖ ସକାଳ ୯ ଟାରେ ରାଉରକେଲା ଉଦିତନଗରଠାରୁ ଏହି ଯାତ୍ରା ଆରମ୍ଭ ହୋଇ ପାନପୋଷ ଛକଠାରେ ପହଞ୍ଚିବ ସକାଳ ୧୦ଟାରେ ରାହୁଲ ଗାନ୍ଧି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ । ପରେ ବିର୍ସାମୁଣ୍ଡା ପଡିଆରେ କଂଗ୍ରେସ ସାଂସଦ ମଧ୍ୟାହ୍ନ ଭୋଜନ କରିବାର ବ୍ୟବସ୍ଥା ରହିଛି । ଅପରାହ୍ନ ୨ ଟାରେ ରାଣୀବନ୍ଧଠାରୁ ପୁଣି ଯାତ୍ରା ଆରମ୍ଭ ହେବ । ସେଠାରୁ ୧୪ କିଲୋମିଟର ଦୂର କୁତ୍ରା ଠାରେ ରାହୁଲ ଗାନ୍ଧି ଉଦ୍‌ବୋଧନ ଦେବେ । ପରେ ଅପରାହ୍ନ ୪ଟା ୩୦ରେ ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରେ  ପଦଯାତ୍ରା ପହଞ୍ଚିବ। ଷ୍ଟାଡିୟମ ଛକ ଓ ସୁନ୍ଦରଗଡ଼ ଏସବିଆଇ ଛକ ହୋଇ ପଦଯାତ୍ରା ଚାଲିବ । ସେଠାରୁ ୨୬ କିଲୋମିଟର ଦୂର ଝାରସୁଗୁଡ଼ା ଆମଲିପାଲିଠାରେ ରାହୁଲ ଗାନ୍ଧୀ ରାତ୍ରି ରହଣୀ କରିବେ । ଏହାପରଦିନ ଅର୍ଥାତ୍ ୮ ତାରିଖ ସକାଳ ୮ ଟାରୁ ଝାରସୁଗୁଡ଼ାସ୍ଥିତ ମହାତ୍ମା ଗାନ୍ଧି ଛକ ପୁରୁଣା ବସଷ୍ଟାଣ୍ଡଠାରୁ ଯାତ୍ରା ଆରମ୍ଭ ହୋଇ ବେହେରା ମାଳରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିବେ । ସେହିଠାରୁ ଯାଇ କୁରେଇମଲରେ ମଧ୍ୟାହ୍ନ ଭୋଜନ କରିବେ ରାହୁଲ ଗାନ୍ଧୀ । ପରେ ଅପରାହ୍ନ 2 ଟାରେ କନକତୋରାରୁ ବାହାରି ଓଡ଼ିଶା ଛାଡି ଛତିଶଗଡରେ ପ୍ରବେଶ କରିବେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories