www.samajalive.in
Friday, December 5, 2025
26.1 C
Bhubaneswar

ନକ୍ସଲ ନାଁରେ ବଟି ଆଦାୟକୁ ନେଇ ମାଓ ପୋଷ୍ଟର

ଚିତ୍ରକୋଣ୍ଡା: ଦୀର୍ଘ ଦିନର ନିରବତା ପରେ ପୁଣି ମାଲକାନଗିରିରେ ସକ୍ରିୟ ହୋଇଉଠିଛି ମାଓ ସଙ୍ଗଠନ। ମଙ୍ଗଳବାର ଚିତ୍ରକୋଣ୍ଡା ବ୍ଲକ କାଲିମେଳା ଥାନା ଅନ୍ତର୍ଗତ ମସୁଘଟି, ପଟେଲ, ପପୁଲୁର ୩ଟି ଗ୍ରାମରେ ଆନ୍ଧ୍ର ଓଡିଶା ସୀମାନ୍ତ ମାଓ ସଂଗଠନ ସଂପାଦକ ଗଣେଶ ପକ୍ଷରୁ ପୋଷ୍ଟର ଲଗାଯାଇଛି। ବିଭିନ୍ନ ସ୍ଥାନରେ ତେଲୁଗୁ ଓ ଓଡ଼ିଆ ଭାଷାରେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି।

ପୋଷ୍ଟରରେ ବଙ୍ଗପୁଟ, ରଙ୍ଗବେଲ, କଣ୍ଡୁରମ୍ ଗ୍ରାମରେ ରମେଶ ରାକେଶ,ସପ୍ନ, ତୁଲେଶି ମାଓ ସଂଗଠନ ନାଁରେ ବଟଇ ଆଦାୟ କରୁଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଏମାନେ ପୂର୍ବରୁ ମାଓ ସଂଗଠନରେ ସକ୍ରିୟ ରହି କାର୍ଯ୍ୟ କରୁଥିଲେ। ବର୍ତମାନ ସେମାନେ ସଂଗଠନ ଛାଡି ଠିକାଦାର ଓ ଲୋକଙ୍କ ଠାରୁ ବଟି ଆଦାୟ କରୁଛନ୍ତି ଏବଂ ମାଓ ସଂଗଠନକୁ ବଦନାମ କରୁଛନ୍ତି। ତେଣୁ ସେମାନଙ୍କୁ ମାଓବାଦୀ ପାର୍ଟି ରୁ ବହିସ୍କାର କରାଯାଇଥିବା ଏହି ପୋଷ୍ଟର ରେ ଉଲ୍ଲେଖ ରହିଛି। ସେହିଭଳି ସେମାନେ ଗ୍ରାମକୁ ଆସିଲେ ସେମାନଙ୍କୁ ସହଜଯୋଗ ନକରି ବାନ୍ଦି ରଖିବା ପାଇଁ କୁହାଯାଇଛି। ପୁଲିସ ଏହି ପୋଷ୍ଟରକୁ ଜବତ କରିଛି।

- Advertisement -

 

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories