www.samajalive.in
Sunday, December 7, 2025
26.1 C
Bhubaneswar

ସେମିଫାଇନାଲରେ ଏହି ୩ଭାରତୀୟ ଖେଳାଳୀଙ୍କ ଉପରେ ନଜର, ଦମଦାର ପ୍ରଦର୍ଶନ କରି ମ୍ୟାଚ ଜିତାଇପାରନ୍ତି

ନୂଆଦିଲ୍ଲୀ: ୧୯ବର୍ଷରୁ କମ୍‍ କ୍ରିକେଟ ବିଶ୍ୱକପରେ ମଙ୍ଗଳବାର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ। ବେନୋନିରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେମିଫାଇନାଲ ମ୍ୟାଚ ହେବାକୁ ଯାଉଛି। ଉଭୟ ଦଳ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱବହନ କରୁଛି। ଉଭୟ ଟିମର ଖେଳାଳୀ ମାନେ ଏହି ମ୍ୟାଚ ଜିତିବାକୁ ଜୋରଦାର ରଣନୀତି ପ୍ରସ୍ତୁତ କରିଛନ୍ତି।

ଉଦୟ ସହରନଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ଅପରାଜିତ ରହି ସେମିଫାଇନାଲରେ ପ୍ରବେଶ କରିଛି। ଟିମରେ ଅନେକ ଯୁବ ଖେଳାଳୀଙ୍କ ପ୍ରଦର୍ଶନ ଭଲ ରହିଥିବାରୁ ବ୍ୟାଟିଂ ଓ ବୋଲିଂ ଆଧାରରେ ମ୍ୟାଚର ଗତି ବଦଳାଇବାରେ କ୍ଷମତା ରଖିଛନ୍ତି। ମୁଶୀର ଖାନ ଏହି ବିଶ୍ୱକପରେ ଭଲ ପ୍ରଦର୍ଶନ କରିବା ସହ ଅଧିନାୟକ ଉଦୟ ସହରନ ଶତକ ହାସଲ କରିଥିଲେ। ସେହିପରି ସ୍ପିନର ସୌମ୍ୟ ପାଣ୍ଡେ ସର୍ବାଧିକ ୱିକେଟ ନେଇଥିଲେ। ଏହି ୩ ଖେଳାଳୀ ସେମିଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଦଳକୁ ଫାଇନାଲରେ ପ୍ରବେଶ କରାଇପାରନ୍ତି ବୋଲି କ୍ରୀଡା ପ୍ରେମୀ ଆଶା ରଖିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories