www.samajalive.in
Sunday, December 7, 2025
26.1 C
Bhubaneswar

୧୧ ବର୍ଷ ବୟସରେ ଘର ଛାଡିଥିଲେ, ୨୨ ବର୍ଷ ପରେ ଭିକ୍ଷା ନେବାକୁ ଘରେ ପହଞ୍ଚିଲେ

ଲକ୍ଷ୍ନୌ : ୟୁପିର ରାୟବରେଲି ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବାଳକ ଖେଳିବା କୁଦିବା ବୟସରେ ଘର ଛାଡି ଦେଇଥିଲା । ପିଲାଦିନେ ତା ସାବତ ମା ତାକୁ ପାଟି କରିବାରୁ ସେ ୧୧ ବର୍ଷ ବୟସରେ ଘରୁ କେଉଁଆଡେ ଚାଲିଯାଇଥିଲା । ଏବେ ସେ ୨୨ ବର୍ଷ ପରେ ଗାଁକୁ ଫେରିଛି । ଯୁବକ ଘରକୁ ଫେରିବା ପରେ ଘରେ ଖୁସି ବଦଳରେ ଦୁଃଖର ଛାୟା ଖେଳିଯାଇଛି । କାରଣ ଘର ଛାଡିଥିବା କୁନି ପିଲା ଆଜି ଜଣେ ସାଧୁ ବାବା ହୋଇଯାଇଛି । ସେ ଘରକୁ କେବଳ ଭିକ୍ଷା ନେବା ପାଇଁ ଆସିଥିଲେ । ଘର ଲୋକେ ତାଙ୍କୁ ଅନେକ ବୁଝାଇବା ପରେ ମଧ୍ୟ ରହିଲେନି ଏବଂ ଭିକ୍ଷା ନେଇ ପୁଣି ଚାଲିଗଲେ ।

ଘଟଣାଟି ହେଉଛି ଜାୟସ ଥାନା ଅଞ୍ଚଳର ଖରୌଲୀ ଗାଁର । ଏହି ଗାଁରେ ରହୁଥିବା ରତିପାଲ ସିଂହ ନିଜ ପତ୍ନୀ ଏବଂ ପୁଅ ପିଙ୍କୁ ସିଂହ ସହିତ ଦିଲ୍ଲୀରେ ରହୁଥିଲେ । କିଛି ଦିନ ପରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଗଲା । ଏହା ପରେ ସେ ଭାନୁମତି ନାମକ ଜଣେ ମହିଳାଙ୍କ ଦ୍ବିତୀୟ ବିବାହ କଲେ । ତେବେ ୨୦୦୨ ମସିହାରେ ପିଙ୍କୁକୁ ଭାନୁମତୀ କୌଣସି କାରଣ ପାଇଁ ପାଟି କରିଥିଲେ । ଏହା ପରେ ରାଗିଯାଇ ଘରୁ କେଉଁଆଡେ ଚାଲିଗଲେ । ବହୁତ ଖୋଜାଖୋଜି କରାଗଲା କିନ୍ତୁ ସେ କେଉଁଠି ବି ମିଳିଲାନି ।

- Advertisement -

୨୨ ବର୍ଷ ପରେ ଯେବେ ସେ ଫେରିଲେ ତାଙ୍କ ଘର ଲୋକଙ୍କ ଖୁସିର ଠିକଣା ରହିଲାନି । ପରିବାର ଲୋକେ ସମସ୍ତେ ଏକାଠି ହୋଇଗଲେ ତାଙ୍କୁ ଦେଖିବା ପାଇଁ । କିନ୍ତୁ ତାଙ୍କ ବେଶଭୁଷା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସେ ସାଧୁ ପାଲଟିଯାଇଥିଲେ ଏବଂ ଘରକୁ କେବଳ ଭିକ୍ଷା ନେବା ପାଇଁ ଆସିଥିଲେ । ତାଙ୍କୁ ପରିବାର ଲୋକେ ବହୁତ ବୁଝାଇଲେ କିନ୍ତୁ ସେ କିଛି ବି ଶୁଣିଲେନି । ଘରେ ରହିଯିବାକୁ ସମସ୍ତେ ବାଧ୍ୟ କଲେ କିନ୍ତୁ ସେ ଭିକ୍ଷା ନେଇ ପୁଣି ନିଜ ଯାତ୍ରା ଆରମ୍ଭ କରିଦେଲେ ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories