www.samajalive.in
Tuesday, December 9, 2025
15.1 C
Bhubaneswar

ଭାରତୀୟ ବାୟୁ ସେନା କର୍ମଚାରୀଙ୍କ ଉପରେ ରାହୁଲଙ୍କ ମନ୍ତବ୍ୟକୁ ନେଇ ବିବାଦ

ନୂଆଦିଲ୍ଲୀ : ଗଣମାଧ୍ୟମରେ ପ୍ରକାଶିତ ରାଫେଲ କାରବାର ସମ୍ବନ୍ଧୀୟ ଚିଠି ଉପରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତୀୟ ବାୟୁସେନା କର୍ମଚାରୀଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୈତିକ ବିବାଦ ମୁଣ୍ଡ ଟେକିଛି। ଏହି ସମ୍ମିଳନୀରେ ରାହୁଲ କହିଥିଲେ ରାଫେଲ କାରବାର ଦ୍ବାରା ଉଦ୍ୟୋଗପତି ଅନୀଲ ଅମ୍ବାନୀଙ୍କ ପକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଯେଉଁ ୩୦,୦୦୦ କୋଟି ଟଙ୍କା ଗୁଞ୍ଜି ଦେଇଛନ୍ତି ତାହା ଦେଶ ପାଇଁ ସହିଦ ହେଉଥିବା ବାୟୁସେନା ପାଇଲଟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ନିମନ୍ତେ ଉପଯୋଗ କରାଯାଇ ପାରିଥାଆନ୍ତା। ରାହୁଲଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି କହିଛି ଏଭଳି କଥା କହି ରାହୁଲ ବାୟୁସେନା ଯବାନଙ୍କ ଶ୍ରଦ୍ଧାଞ୍ଜଳୀର ଉପହାସ କରିଛି। ସେନା ତଥା ଯବାନଙ୍କୁ ଉପହାସ କରିବା ରାହୁଲଙ୍କ ସଂସ୍କାର ବୋଲି ବିଜେପି ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories