ମୋଦି ଦେଶଠାରୁ ବଡ଼ ନୁହେଁ : ରାହୁଲ

0

ବେଙ୍ଗାଲୁରୁ/ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭାରେ ଶନିବାର ବି.ଏସ୍‌. ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଘୋଷଣା କରିବା ପରେ କଂଗ୍ରେସ ଅଧ୍ୟୟ ରାହୁଲ ଗାନ୍ଧି ଏକ ସମ୍ବାଦିକ ସମ୍ମିଳନୀ ଡାକି ବିଜେପି ଉପରେ ବର୍ଷିଛନ୍ତି । ସୁପ୍ରିମକୋର୍ଟର ନିର୍ଦେଶ କ୍ରମେ ବିଧାନସଭାରେ ସଂଖ୍ୟାଗରିଷ୍ଠାତାର ପ୍ରମାଣ ଦେବା ପୂର୍ବରୁ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ । ରାହୁଲ ଗାନ୍ଧି କହିଥିଲେ ଯେ ବିଜେପି ବିଧାୟକ ଏବଂ ବାଚସ୍ପତି ଜାତୀୟ ଗୀତ ଆରମ୍ଭ ହେବା ପୂର୍ବରୁ ଗୃହ ଛାଡି ଚାଲିଯାଇଥିଲେ । ବିଜେପି ଭାରତର କୌଣସି ସାମ୍ବାଧାନିକ ଅନୁଷ୍ଠାନର ସମ୍ମାନ କରେନାହିଁ ଓ ଏହା ତାର ଉଦାହରଣ । କର୍ଣ୍ଣାଟକ ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ହତ୍ୟା ଅଭିଯୁକ୍ତ ଅମିତ ଶାହାଙ୍କୁ ଦେଖାଇଦେଲେ ଯେ ଗଣତନ୍ତ୍ରକୁ ସେ କିଣିପାରିବେ ନାହିଁ । ଭାରତରେ ଶକ୍ତି ଏବଂ ଅର୍ଥ ସବୁକିଛି ନୁହଁ । କର୍ଣ୍ଣାଟକରୁ ବିଜେପି ଏବଂ ଆରଏସ୍‌ଏସ୍‌ ଶିକ୍ଷା ଲାଭ କରିଛନ୍ତି । ଏକ ପ୍ରଶ୍ନର ଉତ୍ତରରେ ରାହୁଲ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଦେଶ ଏବଂ ଦେଶର ଲୋକଙ୍କଠାରୁ ବଡ଼ ନୁହେଁ କି ସମ୍ବିଧାନଠାରୁ ବି ବଡ଼ନୁହେଁ । ବିଜେପି ଗଣମାଧ୍ୟମ ଆଗରେ ଖୋଲାଖୋଲି କଂଗ୍ରେସ ଏବଂ ଜେଡିଏସ୍‌ ବିଧାୟକଙ୍କୁ କିଣିବାକୁ ପ୍ରୟାସ କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ଏହାସହ ବିଜେପିକୁ ହରାଇବା ଆଞ୍ଚଳିକ ଦଳ ସହ ସମନ୍ୱୟ ଆବଶ୍ୟକତା ରହିଛି ବୋଲି ରାହୁଲ କହିଛନ୍ତି । ଏହା ପୂର୍ବରୁ ଗୁଲାମ ନବୀ ଆଜାଦ ବିଜେପି କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ । ଉଲ୍ଲେଖ ଯେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ୟେଦୁରପ୍ପା ଶପଥ ନେବାର ଅଢେଇ ଦିନ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ୟେଦୁରପ୍ପା ବଧାନସଭାରେ ବହୁମତ ସାବ୍ୟସ୍ତ ପାଇଁ ଆବଶ୍ୟକ ବିଧାୟକ ଯୋଗାଡ଼ କରିନପାରିନାହାନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ଏକକ ସଂଖ୍ୟଗରିଷ୍ଠ ଦଳ ଭାବେ ୧୦୪ଟି ଆସନ ଜିତିଥିଲାବେଳେ କଂଗ୍ରେସ ୭୮, ଜନତା ଦଳ (ଏସ୍‌) ୩୮, ଅନାନ୍ୟ ଏବଂ ସ୍ୱାଧୀନ ୨ଟି ଆସନରେ ବିଜୟୀ ହୋଇଛନ୍ତି । ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ ପାଇଁ ୧୧୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି।

Leave A Reply