www.samajalive.in
Sunday, December 14, 2025
17.1 C
Bhubaneswar

ରାହୁଲଙ୍କ ଉତ୍ତରରେ ଇଡି ଅସନ୍ତୁଷ୍ଟ !

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ପରିଚାଳନା ସଂକ୍ରାନ୍ତ ବେଆଇନ ଅର୍ଥ କାରବାର ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମୁଖ୍ୟାଳୟରେ ହାଜର ହୋଇଛନ୍ତି। ଇଡି ଅଧିକାରୀମାନେ ତାଙ୍କୁ ଦୁଇ ଦଫାରେ ଦୀର୍ଘ ସମୟ ଧରି ପଚରାଉଚୁରା କରିଛନ୍ତି। ରାହୁଲଙ୍କଠାରୁ ଇଡି ସନ୍ତୋଷ ଜନକ ଉତ୍ତର ପାଇ ନ ଥିବା ସୂଚନା ମିଳିଛି। ଇଡି ଡକରାକ୍ରମେ ରାହୁଲ ପୂର୍ବାହ୍ଣ ୧୧ଟା ୧୦ରେ‌େ‌ ଭଉଣୀ ପ୍ରିୟଙ୍କାଙ୍କ ସହ ଏହାର କାର୍ଯ୍ୟାଳୟରେ ଉପସ୍ଥିତ ହୋଇଥିଲେ। ରାହୁଲଙ୍କୁ ପ୍ରଥମ ଦଫାରେ ଇଡି ପ୍ରାୟ ଅଢ଼େଇ ଘଣ୍ଟା ଜେରା କରିଥିଲା। ସେ ୨ଟା ୧୦ରେ ମଧ୍ୟାହ୍ନ ଭୋଜନ ପାଇଁ ଇଡି କାର୍ଯ୍ୟାଳୟରୁ ବାହାରିଥିଲେ ଏବଂ ସାର୍‌ ଗଙ୍ଗରାମ ହସ୍ପିଟାଲରେ ଚିକିତ୍ସାଧୀନ ମା ସୋନିଆଙ୍କୁ ଭେଟିବା ପାଇଁ ଯାଇଥିଲେ। ଅପରାହ୍ଣ ୪ଟା ୨୦ରେ ସେ ପୁନର୍ବାର ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ପର୍ଯ୍ୟାୟରେ ମଧ୍ୟ ପ୍ରାୟ ୨ ଘଣ୍ଟା ପଚରାଉଚୁରା କରାଯାଇଥିବା ପ୍ରକାଶ। ରାହୁଲ ନିଜର କିଛି ବକ୍ତବ୍ୟ ଲିଖିତ ଆକାରରେ ଦେଇଛନ୍ତି। ସୋମବାର ପଚରା ଉଚରା ଅସମାପ୍ତ ରହିଛି ା ମଙ୍ଗଳବାର ରାହୁଲ ପୁନର୍ବାର ଇଡିରେ ହାଜର ​ହେବେ ା
ରାହୁଲଙ୍କୁ କଂଗ୍ରେସ କର୍ମୀମାନେ ବିରାଟ ଶୋଭାଯାତ୍ରାରେ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ନେଇଥିଲେ। ସେମାନେ ୭ଟି ଗାଡ଼ିରେ ରାହୁଲଙ୍କ ସହ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ଏଥିସହିତ ସେମାନେ ୮ବର୍ଷର ପୁରୁଣା ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲଙ୍କୁ ଅଯଥା ହଇରାଣ କରାଯାଉଥିବା ଅଭିଯୋଗ କରି ବିଭିନ୍ନ ସ୍ଥାନରେ ‘ସତ୍ୟାଗ୍ରହ’ ପାଳନ କରିଥିଲେ। ଏହି ସମୟରେ ପୁଲିସ ଦଳର ନେତାଙ୍କୁ ଜୋର୍‌ ଜବରଦସ୍ତ ଉଠାଇନେବାବେଳେ ବରିଷ୍ଠ ନେତା କେ.ସି ବେଣୁଗୋପାଳ ଓ ଅଧୀର ରଞ୍ଜନ ଚୌଧୁରୀ ଆହତ ହୋଇଥିବା କୁହାଯାଉଛି। ସେହିପରି ପି. ଚିଦମ୍ବର୍‌ଙ୍କ ପଞ୍ଜରା ହାଡ଼ ଭାଙ୍ଗିଥିବା ଦଳ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ପୁଲିସ କଂଗ୍ରେସ କର୍ମୀଙ୍କ ଉପରେ ଅତ୍ୟାଚାର କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଶୋଭାଯାତ୍ରାବେଳେ ମଲ୍ଲିକାର୍ଜୁନ ଖଡ଼ଗେ, ଅଶୋକ ଗେହଲତ, ପି. ଚିଦମ୍ବରମ୍‌, ରଣଦୀପ ସୂ​‌େ​‌ର୍ଯ୍ୟୱାଲା, ଭୂପେଶ ବଘେଲ, ହରିଶ ରାୱତ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ବରିଷ୍ଠ ନେତାଙ୍କୁ ପୁଲିସ ଅଟକ ରଖିଥିଲା।
ରାହୁଲଙ୍କୁ ଇଡି ପଚରାଉଚୁରାକୁ କଂଗ୍ରେସ ରାଜନୈତିକ ଶକ୍ତି ପ୍ରଦର୍ଶନର ସୁଯୋଗ ଭାବେ ଉପଯୋଗ କରିଛି। ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ସତ୍ୟାଗ୍ରହ ପାଳନ କରିଛନ୍ତି। ରବିବାର ପ୍ରାୟ ଦେଢ଼ ହଜାର କର୍ମୀ ଏଆଇସିସି କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହେବା ନେଇ ଦଳ ପକ୍ଷରୁ ପୁଲିସର ଅନୁମତି ଲୋଡ଼ାଯାଇଥିଲା; କିନ୍ତୁ ଏତେ ଲୋକଙ୍କ ସମାବେଶ ଦୃଷ୍ଟିରୁ ପୁଲିସ ଜନ୍ତରମନ୍ତରକୁ ଯିବା ପାଇଁ ପରାମର୍ଶ ଦେଇଥିଲା। ଏହା ସତ୍ତ୍ବେ ରାଜଧାନୀର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିନେଇ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅପରପକ୍ଷରେ ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହି ଘଟଣାର ସମାଲୋଚନା କରିଛନ୍ତି। କଥିତ ମାମଲାରେ ଗାନ୍ଧୀ ପରିବାରର ୨ହଜାର କୋଟି ଟଙ୍କାକୁ ସୁରକ୍ଷା ଦେବା ପାଇଁ କଂଗ୍ରେସ କର୍ମୀମାନେ ଆଗଭର ହୋଇଥିବା ସେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories