www.samajalive.in
Sunday, December 14, 2025
19.1 C
Bhubaneswar

ବିକ୍ଷୋଭ ବନ୍ଦ ପାଇଁ ଇସ୍‌ଲାମିକ ନେତାଙ୍କ ଚିଠି

ମୁମ୍ବଇ : ପୈଗମ୍ବର ମହମ୍ମଦଙ୍କ ସମ୍ପର୍କରେ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ବିବାଦ ଓ ମୁସଲମାନ ସମ୍ପ୍ରଦାୟଙ୍କ ବିକ୍ଷୋଭ ଏବେ ଥମିବାର ସୂଚନା ମିଳିଛି। ଗତ ଶୁକ୍ରବାର ବିକ୍ଷୋଭ ସମୟରେ ହିଂସାକାଣ୍ଡରେ ସମ୍ପୃକ୍ତଙ୍କ ବିରୋଧରେ ବିଭିନ୍ନ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ମୁସଲମାନ ସଂଗଠନଗୁଡ଼ିକର ଚେତା ପଶିଛି। ସୋମବାର ବିଭିନ୍ନ ମୁସଲମାନ ସଂଗଠନର ନେତା ଓ ମସ୍‌ଜିଦ କର୍ମକର୍ତ୍ତାଙ୍କ ପକ୍ଷରୁ ବିକ୍ଷୋଭ କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ନିବେଦନ କରାଯାଇଛି। ଏଥିସହିତ କୌଣସି ବଡ଼ ସମାବେଶ ଆୟୋଜନ ନ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ମୁମ୍ବଇସ୍ଥିତ ଜମାତ୍‌-ଇ-ଇସ୍‌ଲାମୀ ହିନ୍ଦ୍‌ ସଂଗଠନର ପ୍ରମୁଖ ନେତା ମାଲିକ ଆସଲାମ ଏ ସମ୍ପର୍କିତ ଏକ ବାର୍ତ୍ତାରେ କହିଛନ୍ତି ଯେ ଇସ୍‌ଲାମକର ଅପମାନ ସମୟରେ ସବୁ ମୁସଲମାନ ଏକାଠି ହେବା କର୍ତ୍ତବ୍ୟ; କିନ୍ତୁ ଶାନ୍ତି ରକ୍ଷା କରିବା ଅପରିହାର୍ଯ୍ୟ। ଆଗକୁ ଆଉ ଅଧିକ ବିକ୍ଷୋଭ ସମାବେଶ ନ କରି ଶାନ୍ତିରକ୍ଷା ପାଇଁ ମୁସଲମାନମାନେ ଯତ୍ନବାନ ହେବା ଉଚିତ ବୋଲି ​‌େ​‌ସ କହିଛନ୍ତି।
ଗତ ଶୁକ୍ରବାର ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ସମୟରେ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ଓ ପୋଡ଼ାଜଳା ସହ ଢେଲାପଥର ମାଡ଼ ହୋଇଥିଲା। ଏଥିରେ ଝାଡ଼ଖଣ୍ଡରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ପୁଲିସ ସହ ୩୦ ଆହତ ହୋଇଥିଲେ। ପୁଲିସ ଏହି ଘଟଣାରେ ୪୦୦ରୁ ଅଧିକଙ୍କୁ ଗିରଫ କରିଥିବାବେଳେ ହଜାର ହଜାରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଉତ୍ତର ପ୍ରଦେଶ ସରକାର ପ୍ରାୟାଗରାଜ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ଘର ବୁଲ୍‌ଡୋଜର ଲଗାଇ ଭାଙ୍ଗି ଦେଇଛନ୍ତି। ଏଭଳି ଘଟଣାରେ ମୁସଲମାନ ପ୍ରତିକ୍ରିୟାଶୀଳ ଗୋଷ୍ଠୀ ଏହାକୁ ନିର୍ଦିଷ୍ଟ ସମ୍ପ୍ରଦାୟ ପ୍ରତି ଦମନମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ଦର୍ଶାଇଛନ୍ତି। ଅପରପକ୍ଷରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ବେଆଇନ ଭାବେ ନିର୍ମିତ ଓ ଜବର ଦଖଲରେ ଥିବା ଘରକୁ ଭଙ୍ଗା ଯାଇଥିବା ଦର୍ଶାଯାଇଛି। ମୁସଲମାନମାନଙ୍କର ବିକ୍ଷୋଭ କରିବା ଅଧିକାର ରହିଛି। ସେମାନଙ୍କୁ ଏଥିରୁ ବିରତ ରଖିବା ପାଇଁ ଘର ଭଙ୍ଗା ଯାଉ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।ବିକ୍ଷୋଭ ବନ୍ଦ ପାଇଁ ଇସ୍‌ଲାମିକ ନେତାଙ୍କ ଚିଠି
ମୁମ୍ବଇ,୧୧ା୬: ପୈଗମ୍ବର ମହମ୍ମଦଙ୍କ ସମ୍ପର୍କରେ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ବିବାଦ ଓ ମୁସଲମାନ ସମ୍ପ୍ରଦାୟଙ୍କ ବିକ୍ଷୋଭ ଏବେ ଥମିବାର ସୂଚନା ମିଳିଛି। ଗତ ଶୁକ୍ରବାର ବିକ୍ଷୋଭ ସମୟରେ ହିଂସାକାଣ୍ଡରେ ସମ୍ପୃକ୍ତଙ୍କ ବିରୋଧରେ ବିଭିନ୍ନ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ମୁସଲମାନ ସଂଗଠନଗୁଡ଼ିକର ଚେତା ପଶିଛି। ସୋମବାର ବିଭିନ୍ନ ମୁସଲମାନ ସଂଗଠନର ନେତା ଓ ମସ୍‌ଜିଦ କର୍ମକର୍ତ୍ତାଙ୍କ ପକ୍ଷରୁ ବିକ୍ଷୋଭ କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ନିବେଦନ କରାଯାଇଛି। ଏଥିସହିତ କୌଣସି ବଡ଼ ସମାବେଶ ଆୟୋଜନ ନ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ମୁମ୍ବଇସ୍ଥିତ ଜମାତ୍‌-ଇ-ଇସ୍‌ଲାମୀ ହିନ୍ଦ୍‌ ସଂଗଠନର ପ୍ରମୁଖ ନେତା ମାଲିକ ଆସଲାମ ଏ ସମ୍ପର୍କିତ ଏକ ବାର୍ତ୍ତାରେ କହିଛନ୍ତି ଯେ ଇସ୍‌ଲାମକର ଅପମାନ ସମୟରେ ସବୁ ମୁସଲମାନ ଏକାଠି ହେବା କର୍ତ୍ତବ୍ୟ; କିନ୍ତୁ ଶାନ୍ତି ରକ୍ଷା କରିବା ଅପରିହାର୍ଯ୍ୟ। ଆଗକୁ ଆଉ ଅଧିକ ବିକ୍ଷୋଭ ସମାବେଶ ନ କରି ଶାନ୍ତିରକ୍ଷା ପାଇଁ ମୁସଲମାନମାନେ ଯତ୍ନବାନ ହେବା ଉଚିତ ବୋଲି ​‌େ​‌ସ କହିଛନ୍ତି।
ଗତ ଶୁକ୍ରବାର ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ସମୟରେ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ଓ ପୋଡ଼ାଜଳା ସହ ଢେଲାପଥର ମାଡ଼ ହୋଇଥିଲା। ଏଥିରେ ଝାଡ଼ଖଣ୍ଡରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ପୁଲିସ ସହ ୩୦ ଆହତ ହୋଇଥିଲେ। ପୁଲିସ ଏହି ଘଟଣାରେ ୪୦୦ରୁ ଅଧିକଙ୍କୁ ଗିରଫ କରିଥିବାବେଳେ ହଜାର ହଜାରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଉତ୍ତର ପ୍ରଦେଶ ସରକାର ପ୍ରାୟାଗରାଜ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ଘର ବୁଲ୍‌ଡୋଜର ଲଗାଇ ଭାଙ୍ଗି ଦେଇଛନ୍ତି। ଏଭଳି ଘଟଣାରେ ମୁସଲମାନ ପ୍ରତିକ୍ରିୟାଶୀଳ ଗୋଷ୍ଠୀ ଏହାକୁ ନିର୍ଦିଷ୍ଟ ସମ୍ପ୍ରଦାୟ ପ୍ରତି ଦମନମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ଦର୍ଶାଇଛନ୍ତି। ଅପରପକ୍ଷରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ବେଆଇନ ଭାବେ ନିର୍ମିତ ଓ ଜବର ଦଖଲରେ ଥିବା ଘରକୁ ଭଙ୍ଗା ଯାଇଥିବା ଦର୍ଶାଯାଇଛି। ମୁସଲମାନମାନଙ୍କର ବିକ୍ଷୋଭ କରିବା ଅଧିକାର ରହିଛି। ସେମାନଙ୍କୁ ଏଥିରୁ ବିରତ ରଖିବା ପାଇଁ ଘର ଭଙ୍ଗା ଯାଉ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories