www.samajalive.in
Sunday, December 7, 2025
26.1 C
Bhubaneswar

କେବଳ ଦିବାରାତ୍ର ମ୍ୟାଚ୍‌ ଆୟୋଜନ ଦ୍ବାରା ଟେଷ୍ଟ କ୍ରିକେଟ୍‌ର ଲୋକପ୍ରିୟତା ବଢ଼ିବ ନାହିଁ : ଦ୍ରାବିଡ଼

ନୂଆଦିଲ୍ଲୀ : ଭ୍ରମଣକାରୀ ବାଂଲାଦେଶ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ କଲକାତାର ଇଡେନ୍‌ ଗାର୍ଡେନ୍‌ସରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବାକୁ ଯାଉଛି। ଭାରତୀୟ ଦଳ ପ୍ରଥମଥର ପାଇଁ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଏହାକୁ ନେଇ କ୍ରିକେଟ୍‌ପ୍ରେମୀ, କ୍ରିକେଟ୍‌ ପ୍ରଶାସକ ଓ ପୂର୍ବତନ କ୍ରିକେଟର୍‌ଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ପରିଲକ୍ଷିତ ହେଉଛି। ଦିବାରାତ୍ର ଭାବେ ମ୍ୟାଚ୍‌ ଆୟୋଜନ ଫଳରେ ଟେଷ୍ଟ କ୍ରିକେଟ୍‌ର ଲୋକପ୍ରିୟତା ବଢ଼ିବ ବୋଲି ଊଣା ଅଧିକେ ସମସ୍ତ ଆଶା ରଖିଛନ୍ତି।
ତେବେ କେବଳ ଦିବାରାତ୍ର ମ୍ୟାଚ୍ ଆୟୋଜନ ଦ୍ବାରା ଟେଷ୍ଟ କ୍ରିକେଟ୍‌ର ଲୋକପ୍ରିୟତା ବଢ଼ିବ ନାହିଁ ବୋଲି ମତ ଦେଇଛନ୍ତି ପୂର୍ବତନ ଅଧିନାୟକ ତଥା ଜାତୀୟ କ୍ରିକେଟ୍‌ ଏକାଡମୀ ମୁଖ୍ୟ ରାହୁଲ ଦ୍ରାବିଡ଼। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଦ୍ରାବିଡ଼ କହିଛନ୍ତି ଭାରତୀୟ ଦଳ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବାରେ କୌଣସି ଅସୁବିଧା ନାହିଁ। ଏହା ବେଶ୍‌ ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ ଟେଷ୍ଟ କ୍ରିକେଟ୍‌ର ଲୋକପ୍ରିୟତା ବୃଦ୍ଧି ପାଇଁ ଆଉ କେତେକ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ଷ୍ଟାଡ଼ିୟମକୁ ମ୍ୟାଚ୍‌ ଦେଖିବାକୁ ଆସୁଥିବା ଦର୍ଶକଙ୍କ ନିମନ୍ତେ ଉନ୍ନତମାନର ସୁବିଧା ସୁଯୋଗ ଯୋଗାଇ ଦିଆଯିବା ନିହାତି ଆବଶ୍ୟକ ବୋଲି ଦ୍ରାବିଡ଼ ମତ ଦେଇଛନ୍ତି। ଷ୍ଟାଡ଼ିୟମ​‌େ​‌ର ଦର୍ଶକଙ୍କ ନିମନ୍ତେ ଭଲ ସିଟ୍‌, ଉପଯୁକ୍ତ ଟଏଟେଲ୍‌ ବ୍ୟବସ୍ଥା ଓ ପାର୍କିଂ ସୁବିଧା କରାଗଲେ ଅଧିକରୁ ଅଧିକ ଦର୍ଶକ ଷ୍ଟାଡ଼ିୟମକୁ ମ୍ୟାଚ୍‌ ଦେଖିବାକୁ ଆସିବେ ବୋଲି ଦ୍ରାବିଡ଼ ଆଶାବ୍ୟକ୍ତ କରିଛନ୍ତି।
୨୦୦୧ରେ ଇଡେନ୍‌ ଗାର୍ଡେନ୍‌ସରେ ମ୍ୟାଚ୍‌ ଦେଖିବାକୁ ୧ ଲକ୍ଷ ଦର୍ଶକ ଉପସ୍ଥିତ ଥିବା ବେଳେ ବର୍ତ୍ତମାନ ସମୟରେ ଏପରି କାହିଁକି ହୋଇପାରିବ ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ଦ୍ରାବିଡ଼ କହିଥିଲେ ସେତେବେଳେ ଲୋକେ ମୋବାଇଲ୍‌ରେ ମ୍ୟାଚ୍‌ ଦେଖି ପାରୁନଥିଲେ, ଯାହାକି ବର୍ତ୍ତମାନ ସମ୍ଭବ। ସେହିପରି ବର୍ତ୍ତମାନ ଅଧିକାଂଶ ବ୍ୟକ୍ତିଙ୍କ ଘରେ ଉନ୍ନତମାନର ଏଚ୍‌ଡି ଟେଲିଭିଜନ୍‌ ଥିବାରୁ ସେମାନେ ଘରେ ବସି ଆରାମରେ ମ୍ୟାଚ୍ ଦେଖିବାର ସୁଯୋଗ ପାଉଛନ୍ତି। ତେଣୁ ଅଧିକ ଦର୍ଶକ ଷ୍ଟାଡ଼ିୟମରେ ମ୍ୟାଚ୍‌ ଦେଖିବାକୁ ଆସିବାକୁ ଇଚ୍ଛୁକ ନାହାନ୍ତି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ଟେଷ୍ଟ ମ୍ୟାଚ୍‌ ପାଇଁ ବର୍ଷର ସ୍ବତନ୍ତ୍ର ସମୟ ଧାର୍ଯ୍ୟ ରହିଥିବାରୁ ସେଠାରେ ଟେଷ୍ଟ କ୍ରିକେଟ୍‌ ପ୍ରତି ଲୋକପ୍ରିୟତା ଅତୁଟ ରହିଛି। ସମାନ ପ୍ରକାର ବ୍ୟବସ୍ଥା ଭାରତୀୟ କ୍ରିକେଟ୍‌ ପାଇଁ ମଧ୍ୟ ପ୍ରଚଳନ କରାଯିବା ନିହାତି ଆବଶ୍ୟକ ବୋଲି ଦ୍ରାବିଡ଼ ମତ ଦେଇଛନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories