www.samajalive.in
Monday, December 15, 2025
17.1 C
Bhubaneswar

ଇସିଙ୍କ ନିକଟରେ ରାହୁଲଙ୍କ ଦାବି: ଡିଜିଟାଲ ଭୋଟର ତାଲିକା ଜାରି କର

ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ବିରୋଧରେ ତାଙ୍କର ଆକ୍ରମଣକୁ ତୀବ୍ର କରିଛନ୍ତି। ଭୋଟ ଚୋରିକୁ ନେଇ ନିର୍ବାଚନ ଆୟୋଗ (ଇସି)ଙ୍କ ବିରୋଧରେ ନିଜର ଲଢେଇ ପାଇଁ ଜନ ସମର୍ଥନ ହାସଲ କରିବା ଲାଗି ରାହୁଲ ଏକ ୱେବସାଇଟ୍ ଜାରି କରିଛନ୍ତି। ୱେବସାଇଟ୍‌ http://votechori.in/ecdemandକୁ ଯାଇ ଜଣେ ରାହୁଲଙ୍କ ପ୍ରତି ସମର୍ଥନ ଜଣାଇପାରିବେ କିମ୍ବା ମୋବାଇଲ୍ ନମ୍ବର ୯୬୫୦୦୦୩୪୨୦କୁ ମିସ୍‌ କଲ ଦେଇ ଜଣେ ରାହୁଲଙ୍କ ଲଢେଇରେ ସାମିଲ ହୋଇପାରିବେ। ସୋସିଆଲ ମିଡିଆ ‘ଏକ୍ସ’ ପୋଷ୍ଟରେ ରାହୁଲ ଲେଖିଛନ୍ତି ଯେ ଇସିଙ୍କ ବିରୋଧରେ ସେ ଯେଉଁ ଲଢେଇ ଆରମ୍ଭ କରିଛନ୍ତି ତାହା ଦେଶର ଗଣତନ୍ତ୍ରକୁ ସୁରକ୍ଷା ଦେବା ଲାଗି ଉଦ୍ଦିଷ୍ଟ। ନିର୍ବାଚନ ଆୟୋଗ ଯେଉଁ ଭୋଟ ଚୋରି କରିଛନ୍ତି ତାହା ବିଜେପିକୁ ଫାଇଦା ହୋଇଛି। ଆମର ଗୋଟିଏ ମୌଳିକ କଥା ହେଉଛି ‘ଗୋଟିଏ ଲୋକ, ଗୋଟିଏ ଭୋଟ’। ଏକ ସ୍ବଚ୍ଛ ଓ ଅବାଧ ନିର୍ବାଚନ ପାଇଁ ସ୍ବଚ୍ଛ ଭୋଟର ତାଲିକା ଜରୁରୀ। ସ୍ବଚ୍ଛ ଭୋଟର ତାଲିକା ପାଇଁ ଡିଜିଟାଲ ଭୋଟର ତାଲିକା ଜାରି କରାଯିବା ଦରକାର। ଏହାଦ୍ବାରା ଭୋଟର ତାଲିକାକୁ ଲୋକେ ଓ ରାଜନୈତିକ ଦଳ ଯାଞ୍ଚ କରିପାରିବେ।
ଗତ ଲୋକସଭା ନିର୍ବାଚନରେ ନିର୍ବାଚନ ଆୟୋଗ ବିଜେପିକୁ ସହଯୋଗ କରିବା ଲାଗି ଭୋଟ ଚୋରି କରିଥିଲେ ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ। କଂଗ୍ରେସର ଆଭ୍ୟନ୍ତରୀଣ ସମୀକ୍ଷାକୁ ଆଧାର କରି ରାହୁଲ ଅଭିଯୋଗ କରିଥିଲେ ଯେ ଇସିଙ୍କ ଭୋଟ ଚୋରି ଯୋଗୁଁ କର୍ଣ୍ଣାଟକରେ ବିଜେପି ୧୬ଟି ଆସନରେ ବିଜୟୀ ହୋଇଥିଲା। ଏଥିପାଇଁ କଂଗ୍ରେସ ୭ଟି ଆସନରେ ନିଶ୍ଚିତ ବିଜୟରୁ ବଞ୍ଚିତ ହୋଇଥିଲା। ରାହୁଲଙ୍କ ଏପରି ଅଭିଯୋଗକୁ ଇସି ଖଣ୍ଡନ କରିବା ସହିତ ଅଭିଯୋଗ ଉପରେ ଏକ ଘୋଷଣାନାମା ଦେବାକୁ କହିଛନ୍ତି। ରେଜିଷ୍ଟ୍ରେସନ ଅଫ୍ ଇଲେକ୍ଟରର୍ସ ରୁଲ୍ସ, ୧୯୬୦ ଅନୁଯାୟୀ ନକଲି ଭୋଟର ସମ୍ପର୍କରେ ନିଜର ଅଭିଯୋଗ ଉପରେ ରାହୁଲ ଘୋଷଣାନାମା ଦେବେ। ଅନ୍ୟଥା ମିଥ୍ୟା ଅଭିଯୋଗ ପାଇଁ ରାହୁଲ ଦେଶବାସୀଙ୍କୁ କ୍ଷମା ମାଗ​‌ିବେ। ରାହୁଲଙ୍କ ଏହି ଭୋଟ ଚୋରି ଅଭିଯୋଗକୁ ବଳିଷ୍ଠ କରିଛନ୍ତି ଏନସିପି (ଏସ୍‌ସିପି) ମୁଖ୍ୟ ଶରଦ ପୱାର। ପୱାର କହିଛନ୍ତି ଯେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଦୁଇ ଜଣ ଲୋକ ଭେଟି ୧୬୦ଟି ଆସନରେ ନିଶ୍ଚିତ ବିଜୟୀ କରାଇବାର ଅଫର ଦେଇଥିଲେ। ତେବେ ଏପରି ଅଫରକୁ ପୱାର ଅଗ୍ରାହ୍ୟ କରିଥିଲେ। ରାହୁଲଙ୍କ ଭୋଟ ଚୋରି ଅଭିଯୋଗକୁ କର୍ଣ୍ଣାଟକ ମନ୍ତ୍ରୀ ଜି ପରମେଶ୍ବର ସମର୍ଥନ କରିଛନ୍ତି। ପରମେଶ୍ବର କହିଛନ୍ତି ଯେ ରାହୁଲଙ୍କ ଅଭିଯୋଗକୁ ନେଇ କର୍ଣ୍ଣାଟକ ରାଜ୍ୟ କଂଗ୍ରେସ ବିଧିବଦ୍ଧ ମାମଲା ରୁଜୁ କରିବ। ବିଜେପି ରାହୁଲଙ୍କ ଅଭିଯୋଗକୁ ଖଣ୍ଡନ କରିଛି। ବିଜେପି ଜାତୀୟ ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ରାହୁଲ ବିନା ପ୍ରମାଣରେ ଦେଶର ନିର୍ବାଚନ ଆୟୋଗଙ୍କୁ ବଦ୍‌ନାମ କରୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories