www.samajalive.in
Saturday, December 6, 2025
15.1 C
Bhubaneswar

ବଳଙ୍ଗାରେ ‘ନାରୀ ନ୍ୟାୟ’ ପଦଯାତ୍ରା

ବଳଙ୍ଗା : କଂଗ୍ରେସ ପକ୍ଷରୁ ରବିବାର ବଳଙ୍ଗାରେ ‘ନାରୀ ନ୍ୟାୟ’ ପଦଯାତ୍ରା କରାଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ଏହି ପଦଯାତ୍ରା କରାଯାଇଥିଲା। ପିସିସି ସଭାପତି ଶ୍ରୀ ଦାସ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ପୀଡ଼ିତାଙ୍କ କବର ସ୍ଥାନରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ଦୁଃଖିଶ୍ୟାମ ସେନାପତିଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ବହୁ କଂଗ୍ରେସ କର୍ମୀ ବଳଙ୍ଗା ପୀଡ଼ିତାଙ୍କ ଗ୍ରାମ ବାୟାବରଠାରୁ ନିମାପଡ଼ା ପର୍ଯ୍ୟନ୍ତ ୧୪ କିଲୋମିଟର ପଦଯାତ୍ରା କରିବା ପରେ ନିମାପଡ଼ାଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।
ପିସିସି ସଭାପତି ଶ୍ରୀ ଦାସ କହିଲେ, ତଦନ୍ତ ପ୍ରକ୍ରିୟା ଯଦି ସଠିକ୍‌ ରାସ୍ତାରେ ଯାଉଛି ତେବେ ପ୍ରକୃତ ଦୋଷୀ ଏବେ କେଉଁଠି? ତେଣୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ପୀଡ଼ିତାଙ୍କୁ ନ୍ୟାୟ ଦିଆଯାଉ ବୋଲି ସେ କହିଛନ୍ତି। ପିସିସି ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ, ରଶ୍ମିତା ବେହେରା, ମହିଳା ନେତ୍ରୀ ନିରୁପମା ପାତ୍ର, ନିମାପଡ଼ା ବ୍ଲକ ସଂଯୋଜକ କାଳନ୍ଦୀ ଚରଣ ବାରିକ, ସଞ୍ଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକାଶଯୋଗ୍ୟ, ଗତ ମାସ ୧୯ରେ ବଳଙ୍ଗା ବାୟାବର ଗ୍ରାମ ନୂଆଗୋପାଳପୁର ସାହିର ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ନାବାଳିକାଙ୍କୁ ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ମାରିବାକୁ ଉଦ୍ୟମ କରିଥିବା ବଳଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କୁ ଭୁବନେଶ୍ବର ଏମ୍ସରେ ଚିକିତ୍ସା ପରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories