www.samajalive.in
Monday, December 15, 2025
26.1 C
Bhubaneswar

ଆଉ ନାହାନ୍ତି ରଘୁ ମଉସା…

କଟକ: ହଜାର ବର୍ଷର ସହର କଟକ ଐତିହ୍ୟ ପାଇଁ ଯେତିକି ପରିଚିତ, ସେତିକି ପ୍ରସିଦ୍ଧ କଟକ ଦହିବରା ଆଳୁଦମ୍ ପାଇଁ। ଦହିବରା ନାଁ ଶୁଣିଲେ ଅଧିକାଂଶଙ୍କ ପାଟିରେ ପାଣି ଆସିଯାଏ। ଓଡିଆଙ୍କ ଲୋକପ୍ରିୟ ଖାଦ୍ୟରେ ଦହିବରା ଆଳୁଦମ୍‌ର ନାଁ ରହିଛି। କଟକକୁ ଦହିବରାର ଉତ୍ପତ୍ତି ସ୍ଥାନ କୁହାଯାଉଥିବାବେଳେ କଟକ ଦହିବରା କହିଲେ ପ୍ରଥମେ ରଘୁ ମଉସାଙ୍କ ଦହିବରା କଥା ମନକୁ ଆସେ। ଦହିରେ ଭିଜା ବରା ସାଙ୍ଗକୁ ଆଳୁଦମ୍ ଖାଇବାକୁ ପ୍ରତିଦିନ ପ୍ରବଳ ଭିଡ ଜମେ। କିନ୍ତୁ ଆଜିଠୁ ଆଉ ମିଳିବନି ରଘୁ ମଉସାଙ୍କ ଦହିବରା। ରଘୁ ଦହିବରା ଖାଲି ଗୋଟିଏ ନାଁ ନଥିଲା , ଥିଲା ଗୋଟିଏ ବ୍ରାଣ୍ଡ। ଆଜି ସକାଳେ ପ୍ରସିଦ୍ଧ ଦହିବରା ଆଳୁଦମ୍ ବ୍ୟବସାୟୀ ରଘୁ ସାସ୍ମଲଙ୍କ ପରଲୋକ ଘଟିଛି। ୯୫ ବର୍ଷ ବୟସରେ କଟକ ବିଡାନାସୀ ଗୋପାଳ ସାହିରେ ତାଙ୍କର ଦେହାନ୍ତ ଘଟିଛି। ୧୯୫୦ ମସିହାରେ ମାତ୍ର ୧୫ ବର୍ଷ ବୟସରେ ସେ ଦହିବରା ଆଳୁଦମ୍ ବ୍ୟବସାୟ କରି କଟକ ଦହିବରାକୁ ଲୋକପ୍ରିୟ କରାଇଥିଲେ। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଘରେ ତାଙ୍କର ଚିକିତ୍ସା ଚାଲିଥିଲା । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ଆଳୁଦମ ବ୍ୟବସାୟ କରି କଟକ ଦହିବରାକୁ ଲୋକପ୍ରିୟ କରାଇବାରେ ତାଙ୍କର ବିଶେଷ ଭୂମିକା ରହି ଛି। କଞ୍ଚା ଶାଳପତ୍ର ଠୁଙ୍ଗାରେ ପରସା ଯାଉଥିଲା ଦହିବରା । ସ୍ବତନ୍ତ୍ର ଶୈଳୀର ଦହିବରା ପ୍ରସ୍ତୁତି ପାଇଁ ପ୍ରସିଦ୍ଧ ଥିଲେ ରଘୁ ମଉସା ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories