www.samajalive.in
Monday, December 15, 2025
26.1 C
Bhubaneswar

ଆକର୍ଷଣୀୟ ଲୁକ୍‌.. ସ୍ମାର୍ଟ ଫିଚର, ୟାମାହା ଏକାଠି ଆଣିଲା ୨ଟି ହାଇବ୍ରିଡ୍‌ ସ୍କୁଟର, ଦାମ୍‌ ଏତିକି ..

ନୂଆଦିଲ୍ଲୀ : ୟାମାହା ଇଣ୍ଡିଆ ନିଜର ୧୨୫ ସିସି ହାଇବ୍ରିଡ୍‌ ସ୍କୁଟର ରେଞ୍ଜ ray zr ଓ fascinoକୁ ଅପଡେଟ୍‌ କରି ବଜାରରେ ଲଞ୍ଚ କରିଛି । କମ୍ପାନୀ ଏହି ୨ ସ୍କୁଟରରେ ଅନେକ ପରିବର୍ତ୍ତନ କରିଛି। ଯାହା ପୂର୍ବ ମଡେଲ୍‌ ତୁଳନାରେ ଖୁବ୍‌ ଉନ୍ନତ। ଏହି ୨ ହାଇବ୍ରିଡ୍‌ ସ୍କୁଟରକୁ କମ୍ପାନୀ ନିଜର ଆଇଏସଜି ସିଷ୍ଟମ, ନୂଆ ଡ୍ୟାସ୍‌ବୋଡ୍‌ ଓ ରଙ୍ଗ ସହ ଅପଡେଟ୍‌ କରିଛି। ଯାହାର ଆରମ୍ଭ ଦାମ୍‌ ପ୍ରାୟ ୭୯,୩୪୦ ଟଙ୍କା ଓ ୮୦,୭୫୦ ଟଙ୍କା (ଏକ୍ସ-ଶୋ’ରୁମ୍‌) ।
ୟାମାହାର ନୂଆ ‘ଏନହାନ୍ସଣ୍ଡ୍‌ ପାୱାର ଅସିଷ୍ଟ’ ସିଷ୍ଟମର ଏକ ବଡ ଅପଡେଟ୍‌ । ଯାହାକୁ ନେଇ କମ୍ପାନୀ ଦାବି କରିଛି ଯେ, ଏହା ଅଧିକ ଦ୍ରୁତ ଏକ୍ସେଲରେଶନ ଦେଇଥାଏ । ବିଶେଷ କରି ଉଠାଣି,ଗଡାଣି ରାସ୍ତାରେ ଗାଡି ଚଳାଇବା ସମୟରେ । କମ୍ପାନୀ ପୂର୍ବ ମଡେଲ୍‌ ତୁଳନାରେ ଏହାର ଇଞ୍ଜିନ୍‌ ମେକେନିଜମ୍‌ କିମ୍ବା ପାୱାର ଆଉଟ୍‌ପୁଟ୍‌ରେ ବିଶେଷ କିଛି ପରିବର୍ତ୍ତନ କରି ନାହିଁ । ଏହା ସେଟ୍‌ଅପ୍‌ ଏକ ଶକ୍ତିଶାଳୀ ବ୍ୟାଟେରୀ ।

୨୭ ବର୍ଷ ପରେ ଗୁରୁଙ୍କ ନକ୍ଷତ୍ରରେ ପ୍ରବେଶ କରିବେ ଶନି; ଏହି ୩ ରାଶିଙ୍କୁ ଖାଲି ମିଳିବ ଧନ, ସଫଳତା..

- Advertisement -

କମ୍ପାନୀ କହିଛି ଯେ, ଏହି ୨ଟି ସ୍କୁଟର ଉନ୍ନତ ଏଫିସିଏନସି ଓ ରିଫାଇନମେଣ୍ଟ ପାଇଁ ସ୍ମାର୍ଟ ମୋଟର ଜେନେରେଟର ବ୍ୟବହାର ହୋଇଛି । ଏହା ବ୍ୟତୀତ ସାଇଲେଣ୍ଟଷ୍ଟାର୍ଟ ଓ ଷ୍ଟାପ୍‌ ଏଣ୍ଡ ଷ୍ଟାର୍ଟ ସିଷ୍ଟମ ଭଳି ଫିଚର ମଧ୍ୟ ଦିଆଯାଉଛି । ଯାହା ଏହାକୁ ଖୁବ୍‌ ମାଇଲେଜ୍‌ ସହ ଆରାମଦାୟକ ରାଇଡିଙ୍ଗ୍‌ ପ୍ରଦାନ କରିଥାଏ । ଏହି ସ୍କୁଟର ୟାମାହା – କନେକ୍ଟ ସ୍ମାର୍ଟଫୋନ୍‌ ଆପ୍‌ ଦ୍ୱାରା ଟର୍ନ-ବାୟ-ଟର୍ନ ନେଭିଗେଶନର ସୁବିଧା ପ୍ରଦାନ କରିଥାଏ । ଏହି ସିଷ୍ଟମ ଗୁଗଲ ମ୍ୟାନ୍‌ରୁ ଇଣ୍ଟିଗ୍ରେଟେଡ୍‌ ଓ ଡିସପ୍ଲେରେ ରିୟଲ ଟାଇମ୍‌ ଦିଗକୁ ଦର୍ଶାଇଥାଏ । ଏହି ସମୟରେ ରାସ୍ତା ନିୟମ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆଲର୍ଟ ମଧ୍ୟ ପ୍ରଦାନ କରେ । ଏହି ସ୍କୁଟର ଏବେ ମେଟ ଗ୍ରେ ରଙ୍ଗରେ ଉପଲବ୍ଧ ।

 

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories