www.samajalive.in
Monday, December 15, 2025
16.1 C
Bhubaneswar

ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ ଛାତ୍ରୀ ରାଗିଂ ମାମଲା ୬ ଛାତ୍ରୀ ହଷ୍ଟେଲରୁ ନିଲମ୍ବିତ

କେନ୍ଦୁଝରଗଡ଼/କେନ୍ଦୁଝର : ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ କେନ୍ଦୁଝର ଛାତ୍ରୀନିବାସର ତୃତୀୟବାର୍ଷିକୀ ଇଲେକ୍ଟ୍ରିକାଲ ବିଭାଗ ଛାତ୍ରୀ ତପସ୍ୱିନୀ ରାୟଙ୍କୁ ଽାଗିଂ ଅଭିଯୋଗରେ ୬ଜଣ ୪ର୍ଥ ବାର୍ଷିକୀ ଛାତ୍ରୀଙ୍କୁ ୨୦ ତାରିଖରୁ ମାସେପାଇଁ ହଷ୍ଟେଲରୁ ନିଲମ୍ବିତ କରାଯାଇଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଇଂ ତ୍ରିଲୋଚନ ସାହୁ କହିଛନ୍ତି।
ଚଳିତମାସ ୮ତାରିଖ ରାତିରେ ଛାତ୍ରୀନିବାସର ଚତୁର୍ଥବାର୍ଷିକ ୧୪ଜଣ ଛାତ୍ରୀ ତୃତୀୟବାର୍ଷିକୀ ଛାତ୍ରୀ ତପସ୍ୱିନୀଙ୍କୁ ରାଗିଂ କରିଥିବା ନେଇ ୯ତାରିଖ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ସମ୍ପର୍କରେ ସୋମବାର ମହାବିଦ୍ୟାଳୟର ଆଣ୍ଟି ରାଗିଂ କମିଟି ପକ୍ଷରୁ ତଦନ୍ତ ଆରମ୍ଭ ହୋଇ ଚତୁର୍ଥବାର୍ଷିକୀ ୬ଜଣ ଛାତ୍ରୀଙ୍କୁ ମାସେପାଇଁ ହଷ୍ଟେଲରୁ ନିଲମ୍ବିତ କରାଯିବା ନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଇଂ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ, ସମସ୍ତ ବିଭାଗୀୟ ମୁଖ୍ୟ, ଜଣେ ମହିଳା ଅଧ୍ୟାପିକା, ଜିଲାପାଳଙ୍କ ପ୍ରତିନିଧି ଭାବେ ଆସିଷ୍ଟାଣ୍ଟ କଲେକ୍ଟର ବସୁଦ୍ଧରା ଭିତିରିଆ, ଏସ୍‍.ପି. ପ୍ରତିନିଧି ଭାବେ ଟାଉନଥାନା ମହିଳା ସବ୍‍ଇନ୍ସପେକ୍ଟର ଜ୍ୟୋତିର୍ମୟୀ ମିଶ୍ର, କମିଟି ସଦସ୍ୟ ପ୍ରତ୍ୟୁଷ ପଟ୍ଟନାୟକ, ୧୭ଜଣ ଅଭିଭାବକଙ୍କୁ ନେଇ ଅନୁଷ୍ଠିତ ଆଣ୍ଟି ରାଗିଂ ବୈଠକରେ ରାଗିଂରେ ସମ୍ପୃକ୍ତ ୬ଜଣ ଚତୁର୍ଥବାର୍ଷିକୀ ଛାତ୍ରୀଙ୍କୁ ମାସକ ପାଇଁ ହଷ୍ଟେଲରୁ ନିଲମ୍ବନ ପାଇଁ ନିଷ୍ପତ୍ତି ଗୃହୀତ ହୋଇଛି।
ତେବେ ହଷ୍ଟେଲ ଛାଡି ବାହାରେ ରହିବା ପାଇଁ କିଛିଦିନ ସମୟ ଦିଆଯାଇ ଅଗଷ୍ଟ ୨୦ ତାରିଖ ସୁଦ୍ଧା ହଷ୍ଟେଲ ଛାଡିବାକୁ ସମ୍ପୃକ୍ତ ୬ଜଣ ଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଅଧ୍ୟକ୍ଷ ଇଂ ଶ୍ରୀ ସାହୁ କହିଛନ୍ତି। ଏତଦ୍‍ବ୍ୟତୀତ ହଷ୍ଟେଲରେ ବିଦ୍ୟୁତ ବିଭ୍ରାଟର ଆଶୁ ସମାଧାନ ଓ ସିସିଟିଭି ସଂଯୋଗ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories