www.samajalive.in
Sunday, December 14, 2025
17.1 C
Bhubaneswar

ରାଫେଲ ସହ ବୋଫର୍ସ ତୁଳନା କରନାହିଁ : ନିର୍ମଳା

ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ରାଫେଲ ଯୁଦ୍ଧ ବିମାନ ରାଜିନାମାକୁ ନେଇ କଂଗ୍ରେସ ଉଠାଉଥିବା ପ୍ରଶ୍ନ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ନିର୍ମଳା କହିଛନ୍ତି ଯେ ରାଫେଲ ଯୁଦ୍ଧ ବିମାନ ରାଜିନାମାରେ କୌଣସି ଦୁର୍ନୀତି ହୋଇନାହିଁ । ତେଣୁ ରାଫେଲ ରାଜିନାମା ସହ ବୋଫର୍ସ ଦୁର୍ନୀତିର ତୁଳନା କରନାହିଁ । ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା କହିଥିଲେ ଯେ ବିଜେପିର ଦୁର୍ନୀତିମୁକ୍ତ ଛବିକୁ ନେଇ କଂଗ୍ରେସ ବ୍ୟତିବ୍ୟସ୍ତ ହୋଇପଡିଛି । କଂଗ୍ରେସ ପ୍ରତିଦିନ ନୂଆ ନୂଆ ମନଗଢା ଦୁର୍ନୀତି ଅଭିଯୋଗ ଆଣୁଛି । ଉପା ସରକାର ସମୟରେ ପ୍ରତିରକ୍ଷା ରାଜିନାମା ନେଇ ବିଜେପି ଏପରି କୌଣସି ଅଭିଯୋଗ ଆଣିନଥିଲା । ଅପରପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଫେଲ ରାଜିନାମକୁ ନେଇ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି । ସରକାର ଏହା ଉପରେ ଜବାବ ଦେବାକୁ ସେ ଦାବି କରି ଆସୁଛନ୍ତି । କେତେ ଟଙ୍କାରେ ବିମାନ ସବୁ କିଣାଯାଉଛି ତାହା ଉଲ୍ଲେଖ କରିବାକୁ ରାହୁଲ ଦାବି କରୁଛନ୍ତି । ସେପଟେ ପ୍ରତିରକ୍ଷା କିଣାବିକା ଜାତୀୟ ସୁରକ୍ଷା ସହିତ ଜଡିତ ଓ ଗୁ୍‌ପ୍ତ ପ୍ରସଙ୍ଗ ହୋଇଥିବାରୁ ଏହା ସାର୍ବଜନୀନୀ କରିହେବ ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories