www.samajalive.in
Sunday, December 14, 2025
26.1 C
Bhubaneswar

ତ୍ରିପୁରା ବିଜୟ ଶୂନ୍ୟରୁ-ଶିଖର ଯାତ୍ରା : ମୋଦି

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ବାମର ୨୫ ବର୍ଷର ଗଡ଼କୁ ଭାଙ୍ଗି ବିଜେପି ଐତିହାସିକ ବିଜୟ ହାସଲ କରିଛି । ନାଗାଲାଣ୍ଡରେ ନିଜ ସହଯୋଗୀଙ୍କ ସହ ମିଶି ବିଜେପି ସରକାର ଗଢିବାକୁ ଅଗ୍ରସର ହେଉଛି । ସେପଟେ ମେଘାଳୟରେ ଝୁଲା ସରକାର ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତର-ପୂର୍ବ ରାଜ୍ୟରେ ଆଶାତୀତ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ଶ୍ରେୟ ଦେଇଛନ୍ତି । ଏହାସହ ବିଜେପି କର୍ମୀ ଓ ନେତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ମୋଦି କହିଛନ୍ତି ଯେ ଲୋକେ ନକରାତ୍ମକ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଅତ୍ୟାଚାର ବିରୋଧରେ ଏହା ଗଣତନ୍ତ୍ରର ବିଜୟ । ଏହା ହେଉଛି ବିଜେପିର ଶୂନ୍ୟରୁ ଶିଖର ଯାତ୍ରା। ତ୍ରିପୁରାର ଗତ ବିଧାନସଭା ନିର୍ବାଚନରେ ବିଜେପି ଖାତା ଖୋଲିପାରିନଥିଲା । ଚଳିତ ଥର ତ୍ରିପୁରାରେ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢିବାକୁ ଯାଉଛି । ଏହାକୁ ଶୂନ୍ୟରୁ ଶିଖର ଯାତ୍ରା ବୋଲି ମୋଦି ଅଭିହିତ କରିଛନ୍ତି ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories