www.samajalive.in
Sunday, December 14, 2025
23.1 C
Bhubaneswar

ଶସ୍ତା ହେଲା ସାମସଙ୍ଗ, ଓପୋ, ଭିଭୋ ସ୍ମାର୍ଟଫୋନ

୨୦୧୮ ଜାନୁଆରୀ ଓ ଫେବୃଆରୀରେ କେତେକ ନୂଆ ସ୍ମାର୍ଟଫୋନ ଭାରତୀୟ ବଜାରରେ ପ୍ରବେଶ କରିଛି। ଏହିକ୍ରମରେ ସାମସଙ୍ଗ, ଓପୋ, ଭିଭୋ ଭଳି ସ୍ମାର୍ଟଫୋନ କମ୍ପାନୀ ନିଜର ବିଭିନ୍ନ ମଡେଲ ମୂଲ୍ୟ ଉପରେ ବିଶେଷ ରିହାତି ମଧ୍ୟ ପ୍ରଦାନ କରୁଛନ୍ତି। ଯଦି ଆପଣ ନୂଆ ସ୍ମାର୍ଟଫୋନ କିଣିବାର ଯୋଜନା ରଖିଛନ୍ତି, ତେବେ ଜାଣନ୍ତୁ କେଉଁଟି ଶସ୍ତା ହୋଇଛି।
ସାମସଙ୍ଗ ଗାଲାକ୍ସି ଜେ୭ ନେକ୍ସଟ, ଗାଲାକ୍ସି ଜେ୭ ପ୍ରାଇମ୍‌, ଗାଲାକ୍ସି ଜେ୨ ପ୍ରୋ ଓ ଗାଲାକ୍ସି ଜେ୨ (୨୦୧୭) ମୂଲ୍ୟ ଉପରେ ଦ୍ୱିତୀୟ ଥର ପାଇଁ ରିହାତି ମିଳୁଛି। ୧୮,୭୯୦ ଟଙ୍କା ମୂଲ୍ୟର ସାମସଙ୍ଗ ଗାଲାକ୍ସି ଜେ୭ ପ୍ରାଇମ୍‌ ସ୍ମାର୍ଟଫୋନ ଉପରେ ଗତବର୍ଷ ଅକ୍ଟୋବରରେ ୩୮୯୦ ଟଙ୍କା ଶସ୍ତା ହୋଇଥିଲା। ଏବେ ଏହି ସ୍ମାର୍ଟଫୋନ ଉପରେ ଅଧିକ ୧୦୦୦ ଟଙ୍କା ରିହାତି ମିଳୁଛି। ତେଣୁ ୧୩,୯୦୦ ଟଙ୍କାରେ ଆପଣ ଗାଲାକ୍ସି ଜେ୭ ପ୍ରାଇମ୍‌ ସ୍ମାର୍ଟଫୋନ କ୍ରୟ କରିପାରିବେ। ସେହିପରି ସାମସଙ୍ଗ ଗାଲାକ୍ସି ଜେ୭ ନେକ୍ସଟ୍‌ ଉପରେ ୧୦୦୦ ଟଙ୍କା ରିହାତି ଯୋଗୁ ଏହାକୁ ଆପଣ ୧୦,୪୯୦ ଟଙ୍କାରେ ପାଇବେ।
୨୦୧୬ରେ ସାମସଙ୍ଗ ଗାଲାକ୍ସି ଜେ୨ ପ୍ରୋ ୯୮୯୦ ଟଙ୍କାରେ ଲଞ୍ଚ୍‌ ହୋଇଥିଲା। ଏବେ ଏହା ଉପରେ ୨୦୦୦ ଟଙ୍କା ରିହାତି ଯୋଗୁ ୭୬୯୦ ଟଙ୍କାରେ ଏହି ସ୍ମାର୍ଟଫୋନ କିଣିପାରିବେ। ଅପରପକ୍ଷେ ଗାଲାକ୍ସି ଜେ୨ (୨୦୧୭) ୭୩୯୦ ଟଙ୍କା ଉପରେ ୮୦୦ ଟଙ୍କା ରିହାତି ରହିଛି।
ନୋକିଆ ମଧ୍ୟ ଏହାର କେତୋଟି ସ୍ମାର୍ଟଫୋନ ମୂଲ୍ୟ ହ୍ରାସ କରିଛି। ୩୬, ୯୯୯ ଟଙ୍କାରେ ନୋକିଆ ୯ ମଡେଲ ଲଞ୍ଚ୍‌ ହୋଇଥିଲା। ଏବେ ଏହି ମଡେଲ ୮୦୦୦ ଟଙ୍କା ଶସ୍ତା ହୋଇଛି। ମାତ୍ର ୨୮,୯୯୯ ଟଙ୍କାରେ ନୋକିଆ ୯ ଉପଲବ୍ଧ ହେଉଛି। ସେହିପରି ନୋକିଆ ୫ ବଜେଟ ସ୍ମାର୍ଟଫୋନରେ ଏବେ ୧୦୦୦ ଟଙ୍କା କମ୍‌ ହୋଇ ୧୨,୪୯୯ ଟଙ୍କାରେ ଉପଲବ୍ଧ।
ମୋଟୋ ଜି୫ ପ୍ଲସ, ମୋଟୋ ଜି୫ ଏସ୍‌ ମୂଲ୍ୟ ଗତ ଫେବୃଆରୀରେ ହ୍ରାସ ଘଟିଛି। ୧୧,୯୯୯ ଟଙ୍କାରେ ଲଞ୍ଚ୍‌ ହୋଇଥିବା ମୋଟୋ ଜି୫ ଉପରେ ଏବେ ୩୫୦୦ ଟଙ୍କା କମି ୮୪୯୯ ଟଙ୍କାରେ ଉପଲବ୍ଧ ହେଉଛି। ସେହିପରି ମୋଟୋ ଜି୫ ଏସ୍‌ ୧୧,୯୯୯ ଟଙ୍କା ମୂଲ୍ୟ ରହିଛି। ମୋଟୋ ଜି୫ ଏସ୍‌ ପ୍ଲସ୍‌ ମୂଲ୍ୟ ପୂର୍ବରୁ ୧୬,୯୯୯ ଟଙ୍କା ଥିବାବେଳେ ଏବେ ଏହା ୧୩,୯୯୯ ଟଙ୍କା ଦରରେ ମିଳୁଛି।
ସ୍ମାର୍ଟଫୋନ ଭିଭୋ ଭି ୭ ମୂଲ୍ୟରେ ୨୦୦୦ ଟଙ୍କା ରିହାତି ହୋଇ ୧୬,୯୯୦ ଟଙ୍କାରେ ଏହି ଫୋନ ଉପଲବ୍ଧ। ସେହିପରି ଭିଭୋ ୱାଇ୬୯ ମୂଲ୍ୟରେ ୧୦୦୦ ଟଙ୍କା ହ୍ରାସ ଘଟି ୧୩,୯୯୦ ଟଙ୍କାରେ ଆପଣ ଏହି ଫୋନ କିଣିପାରିବେ। ଭିଭୋ ୱାଇ ୫୫ଏ ମୂଲ୍ୟ ମଧ୍ୟ କମ୍‌ ହୋଇଛି। ୧୨,୪୯୦ ଟଙ୍କା ମୂଲ୍ୟର ଏହି ଫୋନରେ ୧୫୦୦ ଟଙ୍କା ରିହାତି ମିଳୁଛି।
ଓପୋ ମଧ୍ୟ ଚଳିତମାସରେ ଏ୭୧ ବଜେଟ ସ୍ମାର୍ଟଫୋନ ମୂଲ୍ୟ ହ୍ରାସ କରିଛି। ୧୨,୯୯୦ ଟଙ୍କାର ଏହି ସ୍ମାର୍ଟଫୋନ ଉପରେ ୩୦୦୦ ଟଙ୍କା ରିହାତି ମିଳୁଛି।
ସେହିପରି ତାଇୱାନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଏଚ୍‌ଟିସି, ଅନର, ଆସସ୍‌ ଓ ବ୍ଲାକବେରି ମଧ୍ୟ ନିଜର ବିଭିନ୍ନ ମଡେଲ ଉପରେ ରିହାତି ପ୍ରଦାନ କରୁଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories