www.samajalive.in
Sunday, December 7, 2025
23.1 C
Bhubaneswar

ରାଫେଲ୍‌ ଚୁକ୍ତିର ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ତଦନ୍ତ ଦାବି କଲେ ରାହୁଲ

ନୂଆଦିଲ୍ଲୀ . – ରାଫେଲ ଚୁକ୍ତି ସହ ସିବିଆଇର ଦୁଇ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି  ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସିବିଆଇରେ ଦେଖା ଦେଇଥିବା ବିବାଦକୁ ନେଇ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ ବିଷୟରେ ପ୍ରଶ୍ନ କରିଛନ୍ତି । ସିବିଆଇର ଦୁଇ ପ୍ରମୁଖ ଅଧିକାରୀଙ୍କୁ ଛୁଟିରେ ପଠା ହେବା ନେଇ କଂଗ୍ରେସ ଲଗାତାର କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ ଚଳାଇଛି । କେନ୍ଦ୍ର ସରକାର ରାଫେଲ୍‌ ଚୁକ୍ତର ଯାଞ୍ଚ ଡରରେ ସିବିଆର ନିର୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇଥିବା କଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ।

ନୂଆଦିଲ୍ଲୀ ସ୍ଥିତ ଦଳର ମୁଖ୍ୟାଳୟରେ ରାହୁଲ ଗାନ୍ଧି  ଏହି ଅଭିଯୋଗ କରିଛନ୍ତି । ଏବେ ଜଣା ପଡୁଛି ରାଫେଲ୍‌ ଚୁକ୍ତିରେ କିଛି  ଭୁଲ୍‌ ଭାଲ ହୋଇଛି ।  ଏଥିପାଇଁ ସିବିଆଇର ମୁଖ୍ୟଙ୍କୁ ହଟାଇବା ପାଇଁ ଉଦ୍ୟମ କରାଯାଉଛି ବୋଲି ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି । ସିବିଆଇ ମୁଖ୍ୟଙ୍କୁ ହଟାଇବାକୁ ହେଲେ ପ୍ରଧାନମନ୍ତ୍ରୀ , ବିରୋଧି ଦଳ ନେତା ଓ  ପ୍ରଧାନ ବିଚାରପତିଙ୍କ କମିଟି ବସି ଏ ବିଷୟରେ ନିଷ୍ପତି ନିଆଯାଇଥାଏ । ମାତ୍ର ସିବିଆଇର ମୁଖ୍ୟଙ୍କୁ ଛୁଟିରେ ପଠାଇବା ସାଧାରଣ ଜନତା ଓ ସମ୍ବିଧାନର ଅପମାନ ବୋଲି ରାହୁଲ ଅଭିଯୋଗ କରିଛନ୍ତି । ଏଥିଯୋଗୁଁ ରାଫେଲ୍‌ ଚୁକ୍ତିରେ କିଛି ଭୁଲ୍‌ ହୋଇଥିବା ଜଣାପଡୁଛି ବୋଲି  ସେ  କହିଛନ୍ତି । ରାତି ଦୁଇଟାରେ ସିବିଆଇ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା । ଏଥିରେ ଭ୍ରଷ୍ଟାଚାରର ବାସ୍ନା ଆସୁଛି ବୋଲି  ରାହୁଲ ପ୍ରକାଶ କରିଛନ୍ତି ।  ଏଥିପାଇଁ ପୂର୍ବତନ ସିବିଆଇ ମୁଖ୍ୟଙ୍କ ଉପରେ ଗୁଇନ୍ଦାଗିରି କରାଯାଉଛି । ଗୋଟିଏ ଅପରାଧକୁ ଲୁଚାଇବା ପାଇଁ ଅନ୍ୟ ଅପରାଧି କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।

- Advertisement -

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories