www.samajalive.in
Monday, December 15, 2025
15.1 C
Bhubaneswar

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ଶ୍ରାଦ୍ଧାର୍ଘ୍ୟ ଅବସରରେ ଭୁବନେଶ୍ବର ‘ସମାଜ’ କାର୍ଯ୍ୟାଳୟ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର : ବିଶିଷ୍ଟ ଜନନାୟକ ତଥା ସମାଜସେବୀ ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ଶ୍ରାଦ୍ଧ ଅବସରରେ ତାଙ୍କର କୀର୍ତ୍ତି ଓ କୃତିତ୍ବ ସ୍ମରଣକରି ଭୁବନେଶ୍ବର ‘ସମାଜ’ କାର୍ଯ୍ୟାଳୟ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ଏହି ଅବସରରେ ଭୁବନେଶ୍ବର ଶାଖା ପରିଚାଳକ ଭରତ ଦାସ, ସମାଜ ଲାଇଭ ପୋର୍ଟାଲର ତାପସ ରଞ୍ଜନ ନନ୍ଦ, ସସ୍ମିତା ମହାନ୍ତି, ଦେବୀ ପ୍ରସାଦ ମହାନ୍ତି, ଭୁବନେଶ୍ବର ଶାଖାର କର୍ମଚାରୀ ଜଗେଶ୍ବର ବିଶ୍ବାଳ, ମନୋଜ, ହିମାଂଶୁ କର, ବିନାୟକ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

୧୮୯୬ ମସିହା ଡିସେମ୍ବର ୬ ତାରିଖରେ କଟକ ଜିଲା ଆଠଗଡ ଅନ୍ତର୍ଗତ ରାଧାନାଥପୁର ଶାସନରେ ମହାନ ଜନନାୟକ ଡ. ରାଧାନାଥ ରଥ ଜନ୍ମ ଗ୍ରହଣ କରିଥିଲେ।୧୯୧୯ ଅକ୍ଟୋବର ୪ ତାରିଖରେ ସତ୍ୟବାଦୀଠାରେ ପଣ୍ଡିତ ଗୋପବନ୍ଧୁଙ୍କ ସତ୍ୟବାଦୀ ପ୍ରେସ ଓ ‘ସତ୍ୟବାଦୀ’ ପତ୍ରିକାର ଦାୟିତ୍ବ ନେଇଥିଲେ।୧୯୩୨ ମସିହାଠାରୁ ଦୈନିକ ‘ସମାଜ’ ସମ୍ପାଦନା ଓ ୧୯୫୭ ଠାରୁ ସମ୍ପୂର୍ଣ୍ଣ ରୂପେ ସମ୍ପାଦନ ଦାୟିତ୍ବ ଗ୍ରହଣ କରିଥିଲେ। ଲୋକସେବକ ମଣ୍ଡଳ, ନୂଆଦିଲ୍ଲୀ ଓ ଏହାର ଓଡ଼ିଶା ଶାଖାର ଅଧ୍ୟକ୍ଷରୂପେ ଦାୟିତ୍ବ ଗ୍ରହଣକରିଥିଲେ। ୧୯୮୧ରେ ଲୋକସେବକ ମଣ୍ଡଳରେ ସର୍ବଭାରତୀୟ ଅଧ୍ୟକ୍ଷ ହୋଇଥିଲେ। ୧୯୬୭ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ପୁରସ୍କୃତ ହୋଇଥିଲେ। ୧୯୬୮ରେ ରାଷ୍ଟପତିଙ୍କ ଦ୍ବାରା ପଦ୍ମଭୂଷଣ ଉପାଧିରେ ଭୂଷିତ। ୧୯୮୨ ଉତ୍କଳ ରିଲିଫ କମିଟିର ସଭାପତି। ୧୯୯୩ ମସିହାରେ ରାଜ୍ୟର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସମ୍ମାନସୂଚକ ‘ଉତ୍କଳରତ୍ନ’  ଉପାଧି ଲାଭ କରିଥିଲେ। ୧୯୯୮ ମସିହାରେ ଫେବୃଆରୀ ୧୧ ତରାଖରେ ତାଙ୍କର ଦେହାବସାନ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories