www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ୱର ପ୍ରଥମ ବୁଲେଟ୍ ପ୍ରୁଫ୍ ହେଲମେଟ୍, ଏକେ-୪୭ ଗୁଳି କରିପାରିବନି ଭେଦ

ଲକ୍ଷ୍ନୌ: ସୀମାରେ ଆତଙ୍କବାଦୀଙ୍କ ବିରୋଧରେ ଲଢୁଥିବା ଭାରତୀୟ ସେନାଙ୍କ ସୁରକ୍ଷାକୁ ନେଇ ଅଧିକ ଚିନ୍ତା ପ୍ରକଟ କରାଯାଏ। ସେନାଙ୍କ ସୁରକ୍ଷା ପାଇଁ ପୂର୍ବରୁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ତିଆରି କରାଯାଇଥିବା ବେଳେ ଏବେ ବୁଲେଟ ପ୍ରୁଫ୍ ହେଲମେଟ୍ ନିର୍ମାଣ କରାଯାଇଛି। ଏହା ବିଶ୍ୱର ପ୍ରଥମ ବୁଲେଟ୍ ପ୍ରୁଫ୍ ହେଲମେଟ୍। ୧୦ ମିଟର ଦୂରରୁ ଏକେ-୪୭ ରୁ ଗୁଳି ଏହି ହେଲମେଟକୁ ଭେଦ କରିପାରିବ ନାହିଁ ବୋଲି ଦାବି କରାଯାଉଛି। ସେନାଙ୍କ ସୁରକ୍ଷା ପାଇଁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ତିଆରି କରିଥିବା ଭାରତୀୟ ସେନା ମେଜର ଅନୁପ ମିଶ୍ର ଏହି ବୁଲେଟ୍ ପ୍ରୁଫ୍ ହେଲମେଟ୍ ନିର୍ମାଣ କରିଛନ୍ତି। ‘ଅଭେଦ ପ୍ରୋଜେକ୍ଟ’ ଅଧିନରେ ସେ ଏହି ହେଲମେଟ୍ ନିର୍ମାଣ କରିଛନ୍ତି।

ସ୍ବଦେଶୀ ବୁଲେଟ ପ୍ରୁଫ୍ ଜ୍ୟାକେଟ୍ ନିର୍ମାଣ କରିଥିବାରୁ ତତ୍କାଳୀନ ସେନା ଅଧ୍ୟକ୍ଷ ଜନରଲ ବିପିନ ରାୱତ ମେଜର ଅନୁପ ମିଶ୍ରଙ୍କୁ ଆର୍ମି ଡିଜାଇନ୍ ବ୍ୟୁରୋ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ କରିଥିଲେ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories