www.samajalive.in
Sunday, December 14, 2025
14.1 C
Bhubaneswar

ନବୀ ମୁମ୍ବଇରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା କାର୍ଯ୍ୟରେ ୬ଟି ଦମକଳ ଗାଡ଼ି ନିୟୋଜିତ

ମୁମ୍ବଇ : ନବୀ ମୁମ୍ବଇର ସେକ୍ଟର ୪୪ ନେରୁଲ ସୀବୁଡ଼ସର ବହୁ ମସଲା ବିଶିଷ୍ଟ ଏକ ଆପାର୍ଟମେଣ୍ଟରେ ଶନିବାର ସକାଳରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣାସ୍ଥଳରେ ଦମକଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ପ୍ରାୟ ୬ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଏଥିରେ କେହି ମୃତାହତ ହୋଇଥିବା ନେଇ ଏଯାବତ ସୂଚନା ମିଳିପାରି ନଥିବା ବେଳେ ଅଗ୍ନିକାଣ୍ଡର କାରଣ ମଧ୍ୟ ଅସ୍ପଷ୍ଟ ରହିଛି।
ସୂଚନା ଯୋଗ୍ୟ, ଠାଣେ ନଗର ନିଗମ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପାମ ରୋଡ଼ ସ୍ଥିତ ଉକ୍ତ ଅଟ୍ଟାଳିକାର ୨୦ ମହଲାରେ ସକାଳ ପ୍ରାୟ ସାଢେ ୬ଟାରେ ନିଆଁ ଲାଗି ଯାଇଥିଲା। ନିଆଁ କ୍ରମଶଃ ୨୦ ମହଲାର ଆପାର୍ଟମେଣ୍ଟ ବ୍ୟତୀତ ଉପର ମହଲାକୁ ମଧ୍ୟ ବ୍ୟାପି ଯାଇଥିଲା। ଏହାପରେ ନେରୁଲ ଓ ସିବିଡ଼ି ବେଲାପୁର ଓ ବାଶୀ ଅଗ୍ନିଶମ କର୍ମଚାରୀଙ୍କ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପୂର୍ବରୁ ମୁମ୍ବଇର ସାକୀ ନାକା ଅଞ୍ଚଳର ଆଶ୍ରୟସ୍ଥଳର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ହୋଇଥିଲା। ଘଟଣାସ୍ଥଳରେ ୭ଟି ଦଳକଳ ଗାଡ଼ି ସହ ବହୁ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories