www.samajalive.in
Sunday, December 7, 2025
14.1 C
Bhubaneswar

ଗାଡ଼ିର ଦ୍ରୁତଗତି ଧରିବ ରେଡାର

ଭୁବନେଶ୍ବର : ସଡ଼କ ଦୁର୍ଘଟଣାକୁ ରୋକିବା ଲାଗି ଯାନବାହନର ଗତିକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ବୈଷୟିକ ଜ୍ଞାନର ଉପଯୋଗ ଉପରେ ଗୁରୁତ୍ବ ଦେବାକୁ ନିଷ୍ପତ୍ତି ନେଇଥିଲେ। ଭୁବନେଶ୍ବର ଭାରତୀୟ ବୈଷୟିକ ଅନୁଷ୍ଠାନ (ଆଇଆଇଟି)କୁ ଗାଡ଼ିର ଦ୍ରୁତ ଗତି ମାପକ ଯନ୍ତ୍ର ବା ରେଡ଼ାର ତିଆରି କରିବା ଲାଗି ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାହାର ଅଗ୍ରଗତି ନେଇ ଗତ ୧୫ ତାରିଖରେ ବାଣିଜ୍ୟ ଓ
ପରିବହନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଛି। ଭୁବନେଶ୍ବର ଆଇଆଇଟି ପକ୍ଷରୁ ଏଭଳି ଏକ ଉପକରଣ ବିକାଶ ନେଇ ଉଦ୍ୟମ ଜାରି ରହିଥିବା ସହଯୋଗୀ ପ୍ରଫେସର ଡ. ପ୍ରଶାନ୍ତ କୁମାର ସାହୁ ବୈଠକରେ ସୂଚନା ଦେଇଥିଲେ। ବର୍ତ୍ତମାନ ଯାନ ବେଗ ମାପିବା ଲାଗି ଇଣ୍ଟରସେପ୍ଟର ବ୍ୟବହାର କରାଯାଉଛି। ଇଣ୍ଟରସେପ୍‌ଟ‌ରରେ ଯାନବାହନର ବେଗ ମାପିବା ଲାଗି ଯେଉଁ ବୈଷୟିକ ଜ୍ଞାନ ଲିଡାର ଓ ଆର୍‌ଏଡିଆର୍‌ ବ୍ୟବସ୍ଥା ରହିଛି ତାହା ଅଧିକ ବ୍ୟୟବହୁଳ ଏବଂ ବୃହତ ଆକାର। ତେଣୁ ଏଥିପାଇଁ ଏକ ଯାନର ଆବଶ୍ୟକତା ପଡୁଛି। ରେଡାର ଭଳି ଅତ୍ୟାଧୁନିକ ବୈଷୟିକ ଜ୍ଞାନ ବିନିଯୋଗରେ ଯେଉଁ ଯନ୍ତ୍ର ନିର୍ମାଣ ଲାଗି ଉଦ୍ୟମ ଆରମ୍ଭ ହୋଇଛି ତାହା ସ୍ବଳ୍ପ ଖର୍ଚ୍ଚରେ ଏବଂ ଛୋଟ ଉପକରଣ ହେବ ବୋଲି ସହଯୋଗୀ ପ୍ରଫେସର ଡ. ସାହୁ କହିଛନ୍ତି। ଏହି ଉପକରଣର ବିକାଶ କ୍ଷେତ୍ରରେ ପରିବହନ ବିଭାଗ ପକ୍ଷରୁ ୧୪.୮୭ ଲକ୍ଷ ଟଙ୍କା ପାଣ୍ଠି ଆଇଆଇଟିକୁ ଦିଆଯାଇଛି। ୨୦୨୧ ମାର୍ଚ୍ଚ ମାସରେ ଏହି ପାଣ୍ଠି ଦିଆଯାଇଥିଲା। ଆଇଆଇଟି ପକ୍ଷରୁ ଆସନ୍ତା ୨୦୨୩ ମେ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବ ବୋଲି କୁହାଯାଇଥିଲା। ତେବେ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ଏହାକୁ ୨୦୨୨ ସେପ୍‌ଟେମ୍ବର ସୁଦ୍ଧା ଶେଷ କରିବାକୁ କହିଛନ୍ତି। ଆଇଆଇଟି ପକ୍ଷରୁ ଧାର୍ଯ୍ୟ ସମୟ ମଧ୍ୟରେ ଏନେଇ ଆଶାପ୍ରକାଶ କରାଯାଇଛି।
ଏହି ରେଡାର ପାଇଁ ସଫ୍ଟୱେର ଓ ଯେଉଁ ବୈଷୟିକ ଜ୍ଞାନ ବିନିଯୋଗ ହେବ ତାକୁ ପରିବହନ ବିଭାଗ ନିର୍ମାଣ କରିବା ସମ୍ଭବ ନୁହେଁ। ତେଣୁ ଏହି ରେଡାର ଉପକରଣ ନିର୍ମାଣ ଲାଗି ଏକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗକୁ ପ୍ରସ୍ତାବ ଦିଆଯିବା ଲାଗି ବୈଠକରେ ଆଲୋଚନା ହୋଇଛି। ଆଇଆଇଟି ଯେଉଁ ଉପକରଣ ବିକାଶ କରିବ ଏହାକୁ ବ୍ୟବସାୟିକ ଭାବେ ନିର୍ମାଣ ଲାଗି ଉଦ୍ୟୋଗୀଙ୍କୁ ସୁଯୋଗ ଦେବା ଲାଗି ବୈଠକରେ ପରାମର୍ଶ ଦିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories