www.samajalive.in
Sunday, December 7, 2025
14.1 C
Bhubaneswar

କବିତା ଭାଷା ସାହିତ୍ୟର ସର୍ବକାଳୀନ କୋମଳ ପ୍ରତିବେଦନ: ସାଧୁ ମେହେର

ଭୁବନେଶ୍ୱର: କବିତା ଭାଷା ସାହିତ୍ୟର ସର୍ବକାଳୀନ କୋମଳ ପ୍ରତିବେଦନ। ଏହା ସମାଜକୁ ନିଆରା, ବୌଦ୍ଧିକ ଦିଗଦର୍ଶନ ଦେବାରେ କାହିଁ କେଉଁ କାଳରୁ ଆପଣାର ସାମର୍ଥ୍ୟ ଦେଖାଇ ଆସିଛି। କବିତା ହେଉଛି ଜନଜୀବନର ପଥ ପ୍ରଦର୍ଶକ। କବି ହିଁ ବଦଳେଇ ପାରିବ ଚଳନ୍ତି ପୃଥିବୀର ବିକାର ଓ ବିକୃତିକୁ। ପରିବର୍ତ୍ତନ କରିପାରିବ କଳୁଷ କବଳିତ ମଣିଷର ହୃଦୟ, ମୂଲ୍ୟବୋଧ ଅବକ୍ଷୟର ଅବରୋଧକୁ। ମୁମ୍ବଇରେ ଆଭସୀ ବ୍ୟବସ୍ଥାରେ ସାମ୍ବାଦିକ ତଥା କବି ରବିପ୍ରିୟ ଦାଶଙ୍କ ନୂତନ କବିତା ପୁସ୍ତକ ‘ଅନିର୍ବାଚିତ ସ୍ବପ୍ନ’ ଉନ୍ମୋଚନ କରି ଏହା କହିଛନ୍ତି ଭାରତୀୟ ଚଳଚ୍ଚିତ୍ରର ବର୍ଷିଆନ ଅଭିନେତା, ନିର୍ଦେଶକ ତଥା ପ୍ରଯୋଜକ ପଦ୍ମଶ୍ରୀ ଡକ୍ଟର ସାଧୁ ମେହେର।
ସେ କହିଛନ୍ତି ଯେ ସାମାଜିକ ବ୍ୟବସ୍ଥା ବିଶୃଙ୍ଖଳିତ ହୋଇପଡ଼ିଛି। ପ୍ରକୃତ ମଣିଷର ଅନ୍ତଃକରଣକୁ ସଜାଡ଼ିବାକୁ ହେଲେ ବୋଧଗମ୍ୟ ଓ ପ୍ରଭାବଶାଳୀ କବିତାର ଆବଶ୍ୟକ ପଡୁଛି। କବି ରବ୍ରିିୟ ଦାଶଙ୍କ କବିତା ଭିତରେ ସ୍ବପ୍ନ, ପ୍ରେମ, ମନନଶୀଳତା ଓ ଦର୍ଶନର ତତ୍ତ୍ୱବୋଧ ରିୂର୍ଣ୍ଣ। ଏହାର ମୂଲ୍ୟବୋଧ ପ୍ରତ୍ୟେକ ଜନଜୀବନକୁ ନିଶ୍ଚୟ ପ୍ରଭାବିତ କରିବ।

ଡକ୍ଟର ମେହେର ପୁଣି କହିଛନ୍ତି ଯେ ରବିପ୍ରିୟଙ୍କୁ ଜଣେ ସୁଦକ୍ଷ ସାମ୍ବାଦିକ ଭାବେ ଦୀର୍ଘବର୍ଷ ଧରି ମୁଁ ଜାଣିଛି। ତାଙ୍କର କେତେକ ସୁଶୋଭିତ କବିତା ବହି ପଢ଼ି ମୁଁ ଆନନ୍ଦିତ। ‘ଅନିର୍ବାଚିତ ସ୍ବପ୍ନ’ ଭିନ୍ନ ଢ଼ଙ୍ଗର ଏକ ନିଆରା କବିତା ବହି। କବି ଏଥିରେ ମଣିଷର ଅସହାୟତା ଓ ଦୀର୍ଘଶ୍ୱାସ ଗୁଡ଼ିକୁ ରୂପ ଦେଇଛନ୍ତି। ୨୭ଟି କବିତାରେ ସେ ଚମତ୍କାର ଭାବେ ବାସ୍ତବତାର ବିନ୍ୟାସରେ ମଣିଷର ସମକାଳ ସମସ୍ୟାଗୁଡ଼ିକୁ ଦେଖିଛନ୍ତି। କବିତାର ଲାଳିତ୍ୟ ଓ ବୌଦ୍ଧିକତାରେ ମୁଁ ବିମୋହିତ। ଓଡ଼ିଆ ସାହିତ୍ୟକୁ ଏହି ପୁସ୍ତକର ସରଳ ଓ ଭାବୋଦ୍ଧୀପକ ଭାଷା ନିଶ୍ଚୟ ସମୃଦ୍ଧ କରିବ ବୋଲି ଡକ୍ଟର ମେହେର ଆଶା ପ୍ରକାଶ କରିଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories