ପୂଜ୍ୟ ପ୍ରଣାମ : ରବୀନ୍ଦ୍ର ନାଥ ଠାକୁର

ଆଜି ଜୟନ୍ତୀ

ପରିଚୟ ହେଉଛି ବିଶ୍ବକବି ରବୀନ୍ଦ୍ର ନାଥ ଠାକୁର। ବଙ୍ଗଳା ସାହିତ୍ୟ ଓ ସଙ୍ଗୀତକୁ ନୂଆ ରୂପ ଦେଇଥିବା କବି ଗୁରୁ ରବୀନ୍ଦ୍ର ନାଥ ଠାକୁର ୧୮୬୧ ମେ ୭ରେ କଲକାତାର ଯୋଡ଼ାଶଙ୍ଖ ଠାକୁରବାଡ଼ିରେ ଜନ୍ମଗ୍ରହଣ କରିଥିଲେ। ବ୍ରିଟିଶ୍ ସାମ୍ରାଜ୍ୟବାଦକୁ ବିରୋଧ କରୁଥିବା ବିଶ୍ବ କବି ଭାରତୀୟ ସଂଗ୍ରାମୀଙ୍କୁ ଉତ୍ସାହିତ କରିବାକୁ ଯାଇ ରଚନା କରିଥିଲେ, ‘ଚିତ୍ତୋ ଜେଠା ଭୟଶୂନ୍ୟୋ..’ ଓ ‘ଏକଲା ଚଲୋ ରେ…’। ମହାତ୍ମା ଗାନ୍ଧୀ ତାଙ୍କର ଏହି ଦ୍ବିତୀୟ ଲେଖାରେ ବେଶ୍ ଅନୁପ୍ରାଣିତ ହୋଇଥିଲେ। ପ୍ରଥମ ଭାରତୀୟ ଭାବେ ସେ ନୋବେଲ ପୁରସ୍କାର ୧୯୧୩ରେ ପାଇଲେ। ରବୀନ୍ଦ୍ର ନାଥ ଠାକୁର ତାଙ୍କ ଜୀବନକାଳରେ ଶିକ୍ଷାକୁ ସବୁଠୁ ଅଧିକ ଗୁରୁତ୍ବ ଦେଇଥିଲେ। ପାଠ୍ୟକ୍ରମ ଓ ପୁସ୍ତକ ବାଦ୍ ଶିକ୍ଷାପ୍ରଣାଳୀକୁ ପ୍ରଚାର, ପ୍ରସାର କରାଇବାକୁ ଯାଇ ସେ ଶାନ୍ତିନିକେତନରେ ‘ବିଶ୍ବ ଭାରତୀ’ ସ୍ଥାପନ କରିଥିଲେ। ୧୯୪୧ ଅଗଷ୍ଟ ୭ରେ ବିଶ୍ବକବିଙ୍କ ପରଲୋକ ହୋଇଥିଲା।

kalyan agarbati

Comments are closed.