Patra electronics

କମିଲା ଜିଡିପି ଅଭିବୃଦ୍ଧି, ପ୍ରଥମ ୩ ମାସରେ ୬.୭ %

ସମାଜ ଡିଜିଟାଲ ଡେସ୍କ: ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷର ପ୍ରଥମ ୩ ମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହ୍ରାସ ପାଇଛି। ୨୦୨୪-୨୫ ଆର୍ଥିକ ବର୍ଷର ଏପ୍ରିଲ ମାସରୁ ଜୁନ ମାସ ପର୍ଯ୍ୟନ୍ତ ପ୍ରଥମ ତ୍ରୟମାସରେ ଜିଡିପି ୬.୭ % ରହିଛି, ଯାହା ଗତ ଆର୍ଥିକ ବର୍ଷର ଏହି ସମୟରେ ୮.୨% ରହିଥିଲା। କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି। ଅନ୍ୟପଟେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଆକଳନ ମଧ୍ୟ ଭୁଲ ହୋଇଛି। ପ୍ରଥମ ୩ମାସରେ ଅଭିବୃଦ୍ଧି ୭.୧% ରହିବ ବୋଲି ଆକଳନ କରାଯାଇଥିବାବେଳେ ବାସ୍ତବତା ଭିନ୍ନ ରହିଛି।

ପରିସଂଖ୍ୟାନ କାର୍ଯ୍ୟାଳୟ ତଥ୍ୟ ଅନୁସାରେ, ଜିଡିପିରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ କରୁଥିବା ପ୍ରାଥମିକ କ୍ଷେତ୍ରର ଅଭିବୃଦ୍ଧି ଗତବର୍ଷ ତୁଳନାରେ ହ୍ରାସ ପାଇଛି। ଗତ ବର୍ଷ ପ୍ରଥମ ତ୍ରୟମାସରେ ଏହା ୪.୨% ଥିଲାବେଳେ ଚଳିତ ଥର ୨.୭%କୁ ଖସିଛି। ପ୍ରଥମ ତ୍ରୟମାସରେ କୃଷି କ୍ଷେତ୍ରରେ ମାତ୍ର ୨ ପ୍ରତିଶତ ହାରରେ ଅଭିବୃଦ୍ଧି ଘଟିଛି। ଚଳିତବର୍ଷ ଭଲ ବର୍ଷା ହୋଇଥିବାରୁ କୃଷି ଉତ୍ପାଦନ ବୃଦ୍ଧି ପାଇବା ସାଙ୍ଗକୁ ଅଭିବୃଦ୍ଧିରେ ସୁଧାର ଆସିବ ବୋଲି ଅନୁମାନ କରାଯାଉଛି।

Comments are closed.