www.samajalive.in
Monday, December 15, 2025
27.1 C
Bhubaneswar

ପରଲୋକରେ ସୁଫି ଗାୟକ ପ୍ୟାରେଲାଲ

ଅମୃତସର : ପଞ୍ଜାବର ବର୍ଷୀୟାନ ସୁଫି ଗାୟକ ପ୍ୟାରେଲାଲ ୱାଡାଲିଙ୍କ ହୃଦ୍‌ଘାତରେ ଶୁକ୍ରବାର ପରଲୋକ ଘଟିଛି । ପ୍ୟାରେଲାଲ ଦେଶରେ ସୁଫି ସଂଗୀତ ପାଇଁ ବେଶ ଲୋକପ୍ରିୟ ହୋଇଥିଲେ । ନିଜ ବଡ଼ ଭାଇ ପୁରନଚନ୍ଦ ୱାଡାଲିଙ୍କ ସହ ମିଶି ସେ ସୁଫି ସଂଗୀତ ଗାନ କରୁଥିଲେ । ପ୍ୟାରେଲାଲ ବଡ଼ ଭାଇ ପୁରନଚନ୍ଦକୁ ନିଜ ଗୁରୁ ମାନୁଥିଲେ । ଏହି ଦୁଇ ଭାଇଙ୍କ ଯୋଡ଼ି ବିଶ୍ୱରେ ନିଜର ଅନନ୍ୟ ପରିଚୟ ସୃଷ୍ଟି କରିପାରିଥିଲେ । ନିକଟରେ ସେ କଙ୍ଗନା ରଣାୱତଙ୍କ ଚଳଚ୍ଚିତ୍ର ‘ତନୁ ୱେଡସ୍‌ ମନୁ’ରେ ରଂଗରେଜ ମେରେ… ଗୀତ ଗାଇଥିଲେ । ଏହି ଗୀତ ବେଶ ଲୋକପ୍ରୟ ହୋଇଥିଲା । ପ୍ୟାରେଲାଲ ଗତ କିଛି ଦିନ ଧରି ଅୁସୁସ୍ଥ ଥିଲେ । ତେଣୁ ତାଙ୍କ ବଡ଼ ଭାଇ ପୁରନଚନ୍ଦ ନିଜ ପୁଅ ଲଖବିନ୍ଦର ସହ ମିଶି ମଞ୍ଚରେ ଗୀତ ଗାଉଥିଲେ । ପ୍ୟାରେଲାଲଙ୍କ ପରଲୋକ ସହ ୱାଡାଲି ବ୍ରଦର୍ସ ଭାବେ ଜଣାଶୁଣା ଓ ପ୍ରସିଦ୍ଧ ଯୋଡ଼ି ଭାଙ୍ଗିଯାଇଛି। ୱାଡାଲି ବ୍ରଦର୍ସଙ୍କୁ ୧୯୯୨ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଗୀତ ନାଟକ ସମ୍ମାନ, ୧୯୯୮ରେ ତୁଳସୀ ସମ୍ମାନ, ୨୦୦୩ରେ ପଞ୍ଜାବ ସଂଗୀତ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories