Patra electronics

ରାଜ୍ୟସଭା ପାଇଁ ୩ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

0

ଭୁବନେଶ୍ୱର : ରାଜ୍ୟସଭା ପାଇଁ ବିଜେଡି ପକ୍ଷରୁ ସୌମ୍ୟ ରଂଜନ ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ ଅଚ୍ୟୁତ ସାମନ୍ତ ବିଧିବଦ୍ଧ ଭାବେ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ରିଟର୍ଣ୍ଣି ଅଫିସ୍‌ର ନିକଟରେ ପ୍ରାର୍ଥିପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ ବିଜେଡିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

ପ୍ରଥମେ ପ୍ରଶାନ୍ତ ନନ୍ଦ ନାମାଙ୍କନପତ୍ର ଦାଖଲ କରିଥିଲେ । ପ୍ରାର୍ଥିପତ୍ର ଦାଖଲ ପରେ ନିଜ ପ୍ରତିକ୍ରିୟାରେ ପ୍ରଶାନ୍ତ ନନ୍ଦ କହିଥିଲେ ଯେ ଓଡ଼ିଶାର ସ୍ବାର୍ଥ ପାଇଁ କାର୍ଯ୍ୟ କରିବୁ ଓ ଓଡ଼ିଶାର ସ୍ବରକୁ ଦୃଢ କରିବୁ । ଓଡ଼ିଶାର ଯାହା ଦାବି ତାହା ଉପସ୍ଥାପନ କରିବୁ । ସେହିପରି ସୌମ୍ୟ ରଂଜନ ନିନ୍ଦୁକଙ୍କୁ ସ୍ବାଗତ ଜଣାଇଛନ୍ତି । ସମାଲୋଚନା କଲେ ଭାବ ନିର୍ମଳ ରହେ ବୋଲି ସେ କହିଛନ୍ତି ।

ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଜାରି ରହିବ ।

Leave A Reply