www.samajalive.in
Sunday, December 14, 2025
26.1 C
Bhubaneswar

‘କୁଛ୍ କୁଛ୍ ହୋତା ହୈ’ର ରିମେକ୍ !

୯୦ଦଶକର ଶେଷ ଭାଗରେ ମୁକ୍ତିଲାଭ କରିଥିବା ‘କୁଛ୍ କୁଛ୍ ହୋତା ହୈ’ ସେ ସମୟର ସୁପରହିଟ୍ ଚଳଚ୍ଚିତ୍ର ଭାବେ ରେକର୍ଡ କରିଥିଲା। କରନ୍ ଜୋହର ନିର୍ଦେଶିତ ତଥା ଶାହରୁଖ ଖାନ୍, କାଜଲ, ରାଣୀ ମୁଖାର୍ଜୀ ଅଭିନୀତ ଦେଶବିଦେଶରେ ଲୋକପ୍ରିୟ ହେବା ସହ ଉତ୍ତମ ବ୍ୟବସାୟ ମଧ୍ୟ କରିଥିଲା।

କିଛିଦିନ ତଳେ ଏକ କାର୍ୟ୍ୟକ୍ରମରେ କରନ୍ କହିଥିଲେ ଯେ ସେ ଏହି ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ତେବେ ଖୁବ୍ ଶୀଘ୍ର ଏହାର ରିମେକ୍ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇପାରେ ବୋଲି ଜଣାପଡ଼ିଛି। ଆଦିତ୍ୟ ଚୋପ୍ରା ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ବ ତୁଲାଇ ପାରନ୍ତି। ଯେତେବେଳେ ଶାହରୁଖଙ୍କୁ ଏ ସଂକ୍ରାନ୍ତରେ ପଚରାଗଲା, ସେ କହିଥିଲେ ଏ ଖବର ତାଙ୍କୁ ଜଣା।

- Advertisement -

ତେବେ ରିମେକରେ ସେ ଅଭିନୟ କରିବେ କି ନାହିଁ ବୋଲି ପଚରାଯିବାରୁ ସ୍ମିତ ହସରେ କିଙ୍ଗ୍ ଖାନ୍ ମନା କରିଥିଲେ। କାରଣ ତାଙ୍କ ଯୁକ୍ତି ଥିଲା ସେ ଭୂମିକା ନିମନ୍ତେ ଏବର ନବାଗତଙ୍କୁ ସୁଯୋଗ ମିଳିବା ଦରକାର। ତେବେ ରିମେକରେ କେଉଁ କଳାକାର ଅଭିନୟ କରିବେ, ସେ ନେଇ ବର୍ତ୍ତମାନ ସୁଦ୍ଧା କିଛି ଜଣାପଡ଼ିନାହିଁ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories