www.samajalive.in
Friday, November 14, 2025
18.1 C
Bhubaneswar

ଦେଖନ୍ତୁ ଭିଡିଓ ; ପୁଷ୍ପା- ୨ , ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଫିଲ୍କର କ୍ଲାଇମାକ୍ସ!

ମୁମ୍ବଇ : ‘ପୁଷ୍ପା ୨ ଦି ରୁଲ୍‌’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ । ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା -ପାର୍ଟ୧କୁ ଦର୍ଶକଙ୍କ ଖୁବ୍‌ ଭଲପାଇବା ମିଳିଥିଲା । ପୁଷ୍ପାର ଲୋକପ୍ରିୟତା ଦେଖି ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ପାର୍ଟ ୨କୁ ଅପେକ୍ଷା କରିଛନ୍ତିା ଏହାପୂର୍ବରୁ ପୁଷ୍ପା ୨ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ପ୍ରଡକ୍ସନ୍ କାମ ଶେଷ ହୋଇନଥିବାରୁ ଫିଲ୍ମର ନିର୍ମାତାମାନେ ଚଳିତ ବର୍ଷ ଶେଷରେ ଫିଲ୍ମ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପୁଷ୍ପା-୨ ରିଲିଜ ହେବା ପୂର୍ବରୁ କ୍ଲାଇମାକ୍ସ ଦୃଶ୍ୟ ଭାଇରାଲ ହେବାରେ ଲାଗିଛି।

- Advertisement -

ଫିଲ୍ମର ସୁଟିଂର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଏକ ଫିଲ୍ମର ସୁଟିଂ ଚାଲିଛିା ସୋସିଆଲ ମିଡିଆରେ ଦାବି ହେଉଛି ଯେ ଏହା ହେଉଛି ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨ର କ୍ଲାଇମାକ୍ସର ଦୃଶ୍ୟର। ମାତ୍ର ଏହାର ସ୍ପଷ୍ଟତା ମିଳିନାହିଁ । ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି।

ଦେଖନ୍ତୁ ଭିଡିଓ; କେବଳ ଫଟୋ ପାଇଁ କୁମ୍ଭୀର ନିକଟକୁ ପିଲାଙ୍କୁ ପଠାଇଲେ,ତା’ପରେ..

ସୂଚନାଯୋଗ୍ୟ ‘ପୁଷ୍ପା ୨ ଦି ରୁଲ୍‌’ ପ୍ରାୟ ୫୦୦ କୋଟି ଟଙ୍କା ବଜେଟରେ ପ୍ରସ୍ତୁତ କରାଯାଉଛି ଏବଂ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ଅଛନ୍ତି। ଚଳିତ ବର୍ଷ ରିଲିଜ୍ ହେବାକୁ ଥିବା ଏହା ହେଉଛି ସବୁଠାରୁ ବଡ ଚଳଚ୍ଚିତ୍ର ବୋଲି ଆଶା କରାଯାଉଛିା ଫରଦ ଫାସିଲ , ଶ୍ରୀତେଜ, ବିଜୟ ସେତୁପତି, ଏବଂ ଅନସୁୟା ଭରଦ୍ୱାଜ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହାପୂର୍ବରୁ ଏହି ଚଳଚ୍ଚିତ୍ର ୧୫ ଅଗଷ୍ଟରେ ରିଲିଜ ହେବାର ଥିଲା କିନ୍ତୁ ବର୍ତ୍ତମାନ ୬ ଡିସେମ୍ବରକୁ ଘୁଞ୍ଚିଛି ।

ଖାଉ ନାହାଁନ୍ତି ତ ନକଲି ଅଟା? ମାତ୍ର ୫ ସେକେଣ୍ଡରେ ଜାଣନ୍ତୁ ଅଟା ଅସଲି କି ନକଲି..

Hot this week

ବିହାର ଜନାଦେଶ: ୧୬୧ ସିଟରେ ଆଗୁଆ ରହିଛି ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଗଣତି ଆରମ୍ଭ...

ବିହାର ମତଗଣନା: ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗରେ ଏନଡ଼ିଏ, ବହୁତ ପଛରେ ମହାଗଠବନ୍ଧନ

ଡେସ୍କ: ବିହାର ବିଧାନସଭା ନିର୍ବାଚନ-୨୦୨୫ରେ ୧୯୫୧ ପରଠାରୁ ମତଦାନ ରେକର୍ଡ ଭାଙ୍ଗିଛି।...

ବିହାରରେ ଏନଡିଏକୁ ଦୁଇ ତୃତୀୟାଂଶ ସିଟ୍, ବିଜେପି ନେତା କହିଲେ ଆଗକୁ ପଶ୍ଚିମବଙ୍ଗ ମଧ୍ୟ ଜିତିବୁ

ପାଟଣା: ବିହାର ବିଧାନସଭା ନିର୍ବାଚନ ୨୦୨୫ର ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି।...

ତୃତୀୟ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୪୩୭୦ ଭୋଟ୍

ନୂଆପଡା: ନୂଆପଡା ଉପନିର୍ବାଚନ ଫଳାଫଳ । ବର୍ତ୍ତମାନ୍ ସୁଦ୍ଧା ବିଜେପି ପ୍ରାର୍ଥୀ...

ବିହାର ଜନାଦେଶ: ୧୬୦ସିଟରେ ଆଗୁଆ ଏନଡିଏ, ୭୯ସିଟରେ ମହାମେଣ୍ଟ ଆଗୁଆ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର...

Related Articles

Popular Categories