www.samajalive.in
Saturday, December 6, 2025
26.1 C
Bhubaneswar

ରେଡ଼କ୍ରସର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଯାପନୀ ଦିବସରେ ମେଗା ରକ୍ତଦାନ ଶିବିର

ମାଲକାନଗିରି: ମାଲକାନଗିରି ଜିଲା ତମସା ପଞ୍ଚାୟତ ଏମଭି-୦୭ ଗ୍ରାମସ୍ଥିତ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟଠାରେ ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ଶାଖା ତରଫରୁ ରାଜ୍ୟସ୍ତରୀୟ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଏକ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଶିବିରରକୁ ଅତିରିକ୍ତ ଜିଲାପାଳ ବେଦବର ପ୍ରଧାନ ଉଦଘାଟନ କରିଥିଲେ। ଏଥିରେ ୭୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।। ଶେଷ ଦିନରେ ପ୍ରଶିକ୍ଷାର୍ଥୀଙ୍କୁ ଜିଲା ଅଗ୍ନିଶମ ବିଭାଗର ଅଗ୍ନିଶମ ଅଧିକାରୀ କମଲ ଲୋଚନ ଗୌଡ଼ ନିଆଁ ଲିଭା କୌଶଳକୁ ବିସ୍ତୃତ ଭାବରେ ଶିଖାଇବା ସହ କିପରି ବିପର୍ଯ୍ୟୟ ସମୟରେ ବଡ଼ ବଡ଼ ପଡ଼ିଥିବା ଗଛ ଦ୍ୱାରା ରାସ୍ତା ଅବରୋଧ ହଟାଯିବ, ପାଣିରେ ବୁଡ଼ି ଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯିବ ତାହା ଶିଖାଇଥିଲେ। ପରେ ଅନୁଷ୍ଠିତ ଉଦଯାପନୀ ସଭାର ମୁଖ୍ୟ ଅତିଥି ଭାବରେ ଜିଲାପାଳ ସଚିନ ପାୱାର ମୁଖ୍ୟବକ୍ତା ଭାବରେ ଜିଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲୁ, ଜିଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧାନୀ, ଜିଲା ଯୁବ ରେଡ଼କ୍ରସ ଆବାହକ ଡଃ ରଂଜନ କୁମାର ସ୍ୱାଇଁ, ଜିଲା ଶିକ୍ଷା ଅଧିକାରୀ ବିଶ୍ବନାଥ ସାହୁ, ରାଜ୍ୟ ଜୁନିୟର ରେଡ଼କ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ, ଜିଲା ଶାରୀରିକ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା, ବିଦ୍ୟାଳୟ ପ୍ରଧାନଶିକ୍ଷକ ଏ ଇଶ୍ବର ରାଓ, ଜେଆରସି ଅଫିସର ନବରଙ୍ଗପୁର ନାରାୟଣ ପାଇକରାୟ, ଜିଲା ଜେଆରସି ଅଫିସର ରଶ୍ମିରଂଜନ ଜେନା ଓ ମାଲକାନଗିରି ବ୍ଲକ ଜେଆରସି ସଂଯୋଜକ ନିରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ। ସମସ୍ତେ ସମାଜରେ ଅନ୍ୟ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଚାରୋଟି ଜିଲାରୁ ମୋଟ ୭୦ ଜଣ ପରାମର୍ଶଦାତା ଯୋଗଦାନ କରିଥିବା ଏହି ତିନି ଦିନିଆ ଶିବିରରେ ପ୍ରାଥମିକ ଚିକିତ୍ସା ରକ୍ତଦାନ, ଏଡ୍‌ସ ନିୟନ୍ତ୍ରଣ, ଜଳବାୟୁ ପରିବର୍ତ୍ତିନ, ଅଗ୍ନି ନିର୍ବାପନ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories