www.samajalive.in
Saturday, December 6, 2025
26.1 C
Bhubaneswar

କେରଳ ଟ୍ରାଜେଡି: ସପ୍ତାହେ ଆଗରୁ ଜାଣି ଚୁପ ବସିଥିଲେ ରାଜ୍ୟ ସରକାର

ସମାଜ ଡିଜିଟାଲ ଡେସ୍କ: କେରଳର ଓ୍ବାୟନାଡ ଜିଲାରେ ଭୂସ୍ଖଳନ ଯୋଗୁ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ୨୦୦ ଲୋକ ଆହତ ହୋଇଛନ୍ତି। ତେବେ ଏହି ଦୁଃଖଦ ଘଟଣା ପାଇଁ କିଏ ଦାୟୀ ? ସପ୍ତାହେ ଆଗରୁ ରାଜ୍ୟ ସରକାରଙ୍କୁ ଭୂସ୍ଖଳନ ସମ୍ପର୍କରେ ସତର୍କ କରାଯାଇଥିଲେ ହେଁ କାହିଁକି ଆଗୁଆ ପଦକ୍ଷେପ ନିଆଯାଇ ନ ଥିଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଆଗୁଆ ପଦକ୍ଷେପ ନିଆଯାଇଥିଲେ ଅନ୍ତତଃ ଜୀବନହାନିକୁ ରୋକାଯାଇ ପାରିଥାଆନ୍ତା ବୋଲି କହିଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।

ବୁଧବାର କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ବିବୃତି ଦେଇ କହିଛନ୍ତି ଯେ, ସମ୍ଭାଭ୍ୟ ଭୂସ୍ଖଳନ ନେଇ କେରଳ ସରକାରଙ୍କୁ ଜୁଲାଇ ୨୩ ତାରିଖରେ ସତର୍କ କରାଯାଇଥିଲା। ପାହାଡ଼ ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଲାଗି ୭ ଦିନ ଆଗକୁ ଅବଗତ କରାଯାଇଥିଲା। ଏହା ପରେ ଜୁଲାଇ ୨୪ ଏବଂ ୨୫ ତାରିଖରେ ମଧ୍ୟ ପୁନର୍ବାର ସତର୍କ କରାଯାଇଥିଲା। ଜୁଲାଇ ୨୬ରେ ୨୦ ସେଣ୍ଟିମିଟରର ପ୍ରବଳ ବର୍ଷା ହେବ, ଯାହା ଦ୍ଵାରା ଭୂସ୍ଖଳନ ହୋଇପାରେ ବୋଲି ମଧ୍ୟ ଅବଗତ କରାଯାଇଥିଲା। ମାଟି ଅତଡ଼ା ଧସି ବର୍ଷାଜଳରେ ପ୍ରବାହିତ ହେବା ସହିତ ଲୋକେ ଜୀବନ ହରାଇପାରନ୍ତି ବୋଲି ଚେତାଇ ଦିଆଯାଇଥିଲା। ଏହା ସତ୍ବେ ରାଜ୍ୟ ସରକାର କିଛି ପଦକ୍ଷେପ ନେଲେ ନାହିଁ। ଓଲଟି ସଅଳ ସତର୍କତା ବ୍ୟବସ୍ଥା (ଅର୍ଲି ଓ୍ବାର୍ନିଂ ସିଷ୍ଟମ) ଉପରେ ପ୍ରଶ୍ନ କରାଯାଉଛି। ୨୦୧୪ ପରେ ଏହି ବ୍ୟବସ୍ଥାରେ ସୁଧାର ଆଣିବାକୁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ଶାହ କହିଛନ୍ତି।

- Advertisement -

ଶାହ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ସମାଲୋଚନା କରିବା ସହିତ ରାଜ୍ୟ ସରକାର ଚାହିଁଥିଲେ କେନ୍ଦ୍ର ସରକାରଙ୍କ ସତର୍କତା ପରେ ତ୍ଵରିତ ପଦକ୍ଷେପ ନେଇପାରିଥାନ୍ତେ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ୨୩ ତାରିଖରେ ସତର୍କତା ଜାରି ପରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୯ଟି ଏନଡିଆରଏଫ ଟିମ କେରଳ ପଠାଇଥିଲା। ଏହା ସତ୍ବେ ରାଜ୍ୟ ସରକାର ଚୁପ ରହିଲେ ବୋଲି ଶାହ କହିଛନ୍ତି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories