www.samajalive.in
Friday, November 14, 2025
25.1 C
Bhubaneswar

ସର୍ଦ୍ଦାର ପଟେଲ କାହିଁକି ହୋଇପାରିଲେନି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ? ରହସ୍ୟ ଖୋଲିବ ‘ଫ୍ରିଡମ୍ ଆଟ୍ ମିଡ୍‌ନାଇଟ୍’, ଦେଖନ୍ତୁ ଟିଜର

ସମାଜ ଡିଜିଟାଲ ଡେସ୍କ: ଭାରତର ସ୍ବାଧୀନତା ଆନ୍ଦୋଳନର ଶେଷ ପର୍ଯ୍ୟାୟ ଏବଂ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେବା ପଛର ଅନେକ ରହସ୍ୟ ଉନ୍ମୋଚନ କରିବାକୁ ଖୁବଶୀଘ୍ର ଦର୍ଶକଙ୍କ ନିକଟକୁ ଆସୁଛି ‘ଫ୍ରିଡମ୍ ଆଟ୍ ମିଡ୍‌ନାଇଟ୍’। ଏହି ଓ୍ବେବ ସିରିଜ୍‌ର ଟିଜର ମଙ୍ଗଳବାର ରିଲିଜ୍‌ ହୋଇଛି। ସ୍ବାଧୀନତା ଆନ୍ଦୋଳନର ଅନ୍ତିମ ପର୍ଯ୍ୟାୟରେ ରାଜନୈତିକ ତିକ୍ତତା, ଯାହା ଶେଷରେ ଭାରତର ବିଭାଜନ ଏବଂ ମାନବ ଇତିହାସରେ ସର୍ବ ବୃହତ ବିସ୍ଥାପନକୁ ନେଇ ଆସିଥିଲା, ସେ ସବୁ କାହାଣୀ ସହ ଲୋକଙ୍କୁ ପରିଚିତ କରାଇବ ଏହି ସିରିଜ୍।

ଟିଜରରେ ଦେଖାଯାଇଥିବା ଏକ ଦୃଶ୍ୟରେ ମହାତ୍ମା ଗାନ୍ଧୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ନାମାଙ୍କନ ପ୍ରତ୍ୟାହାର କରିବାକୁ କହୁଛନ୍ତି, ଯଦ୍ବାରା ଜବାହରଲାଲ ନେହେରୁଙ୍କ ପାଇଁ ରାସ୍ତା ପରିଷ୍କାର ହୋଇଯାଉଛି। ଯେତେବେଳେ ଗାନ୍ଧୀ ସର୍ଦ୍ଦାର ପଟେଲଙ୍କୁ ନାମାଙ୍କନ ପ୍ରତ୍ୟାହାର ପତ୍ର ହସ୍ତାନ୍ତର କରୁଛନ୍ତି, ସେତେବେଳେ କୋଠରୀ ଭିତରର ମାହୋଲ ନାଟକୀୟ ଢଙ୍ଗରେ ବଦଳିଯାଉଛି। ଗାନ୍ଧୀ ୧୯୨୯, ୧୯୩୭ ଏବଂ ୧୯୪୬ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବଦଳରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନେହେରୁଙ୍କୁ ବାଛିଥିଲେ। ଏହାକୁ ନେଇ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଗାନ୍ଧୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

- Advertisement -


ସିରିଜ୍‌ରେ ଅନେକ ଲୋକପ୍ରିୟ କଳାକାର ଅଛନ୍ତି। ଏଥିରେ ଜବାହରଲାଲ ନେହେରୁଙ୍କ ଭୂମିକାରେ ସିଦ୍ଧାନ୍ତ ଗୁପ୍ତା, ମହାତ୍ମା ଗାନ୍ଧୀଙ୍କ ଭୂମିକାରେ ଚିରାଗ ବୋହରା, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଚରିତ୍ରରେ ରାଜେନ୍ଦ୍ର ଚାଓ୍ବଲା, ମହମ୍ମଦ ଅଲୀ ଜିନ୍ନାଙ୍କ ରୂପରେ ଆରିଫ ଜକାରିୟା, ଫାତିମା ଜିନ୍ନା ଭାବେ ଇରା ଦୁବେ, ସରୋଜିନୀ ନାଇଡୁଙ୍କ ଭୂମିକାରେ ମଲିଷ୍କା ମେଣ୍ଡୋନ୍ସା ପ୍ରମୁଖ ଅଭିନୟ କରିଛନ୍ତି। ‘ଫ୍ରିଡମ୍ ଆଟ୍ ମିଡ୍‌ନାଇଟ୍’ ଡୋମିନିକ୍‌ ଲାପିୟର ଓ ଲ୍ୟାରୀ କୋଲିନ୍ସଙ୍କ ଏହି ନାମକ ପୁସ୍ତକ ଉପରେ ଆଧାରିତ। ଷ୍ଟୁଡିଓନେକ୍ସ୍‌ଟ ଓ ସୋନୀ ଲିଭ୍‌ ସହଯୋଗରେ ଏମ୍ମେ ଏଣ୍ଟରଟେନମେଣ୍ଟ(ମୋନିଶା ଆଡଭାନୀ ଓ ମଧୁ ଭୋଜଓ୍ବାନୀ) ଦ୍ବାରା ନିର୍ମିତ ଏହି ସିରିଜ୍‌ ସୋନୀ ଲିଭ୍‌ରେ ପ୍ରସାରିତ ହେବ।

Hot this week

ବିହାର ଜନାଦେଶ: ୧୭୫ ସିଟରେ ଆଗୁଆ ରହିଛି ଏନଡିଏ, ମହାମେଣ୍ଟ ୬୪

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

ଦିଲ୍ଲୀ ବିସ୍ଫୋରଣ: ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଲାଲକିଲ୍ଲାଠାରେ କାର ବିସ୍ଫୋରଣ ଘଟାଇ ଥିବା...

ନୂଆପଡା ମତଗଣନା: ଆଗରେ ବିଜେପି, ୧୨୮୧୫ ଭୋଟରେ ଆଗୁଆ ଜୟ ଢୋଲକିଆ

ଡେସ୍କ: ନୂଆପଡା ବିଧାନସଭା ଉପନିର୍ବାଚନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ଜୟ...

ନୂଆପଡା ଜନାଦେଶ : ଚତୁର୍ଥ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୧୮୯୦୩ ଭୋଟ୍

ନୂଆପଡା: ନୂଆପଡାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ରହିଛନ୍ତି। ଚତୁର୍ଥ...

ବିହାର ଜନାଦେଶ: ୧୬୧ ସିଟରେ ଆଗୁଆ ରହିଛି ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଗଣତି ଆରମ୍ଭ...

Related Articles

Popular Categories