ପୂର୍ଣ୍ଣାହୁତି ସହ ଶେଷ ହେଲା ହନୁମାନ ନ୍ଦିରର ଯଜ୍ଞ ଉତ୍ସବ

ଆଠଗଡ :  ଆଠଗଡ ଚାନ୍ଦବାଲିଛକ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗତ ୧ତାରିଖରୁ ଆରମ୍ଭ ହୋଇଥିବା ଚର୍ତୁବିଂଶ ବାର୍ଷିକ ଶ୍ରୀରାମଚରିତ ମାନସ, ନବାହ୍ନ ପାରାୟଣ, ପ୍ରବଚନ ଜ୍ଞାନଯଜ୍ଞ ଏବଂ ଘୃତଯଜ୍ଞ ପବିତ୍ର ରାମନବମୀ ଅବସରରେ ପୂର୍ଣ୍ଣାହୁତି ସହ ସମାପନ ହୋଇଛି । ଏହି ନବଦିନାତ୍ମକ ଯଜ୍ଞର ପୂର୍ଣ୍ଣାହୁତି ସମୟରେ କର୍ତ୍ତା ପଣ୍ଡିତ ନିରଞ୍ଜନ ରଥଙ୍କ ସମେତ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ । ଏହି ନବଦିନାତ୍ମକ କାର୍ଯ୍ୟକ୍ରମ ଅବସରରେ ପ୍ରତ୍ୟହ ଶ୍ରୀରାମଚରିତ ମାନସ ପାରାୟଣ ସହିତ ଯଜ୍ଞ ଏବଂ ବହୁ ସୁନାମଧନ୍ୟ ପ୍ରବକ୍ତାଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରବଚନ ଶୁଣୁଥିଲେ। ରାଜ୍ୟର ସୁନାମଧନ୍ୟ ପ୍ରବକ୍ତା ପଣ୍ଡିତ ବ୍ରଜକିଶୋର ମହାନ୍ତି, ବିରେନ୍ଦ୍ର ପଣ୍ଡା, କୃଷ୍ଣକେଶବ ଷଡଙ୍ଗୀ, ରଜନୀରଞ୍ଜନ ଦାସ, ରଜତ କର, ଶରଣାରବିନ୍ଦ, ପ୍ରେମଲତା ଦାଶ ଓ ରାମ ନିରଞ୍ଜନ ଦାଶ ପ୍ରମୁଖ ରାମାୟଣ ଓ ଅନ୍ୟ ବିଷୟବସ୍ତୁ ଉପରେ ପ୍ରବଚନ ଦେଇଥିଲେ । ପୂର୍ଣ୍ଣାହୁତି ପରେ ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ପର୍ଶୁରାମ ସାହୁଙ୍କ ନେତୃତ୍ୱରେ ବହୁ ଉଦଯୋଗୀ ଶ୍ରଦ୍ଧାଳୁ ଓ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

kalyan agarbati

Comments are closed.