www.samajalive.in
Monday, December 8, 2025
14.1 C
Bhubaneswar

ସ୍ବର୍ଗଦ୍ବାରରେ ଶବଦାହ କଟକଣା: ନେଗେଟିଭ୍‌ ରିପୋର୍ଟ ଦେଖାଇ ପୁରୀବାସୀ କରିପାରିବେ ଶବ ସତ୍କାର

ପୁରୀ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ପୁରୀରୁ ଆସିଲା ବଡ ଖବର। ସ୍ବର୍ଗଦ୍ବାରରେ ଶବଦାହ ପାଇଁ ଲାଗିଲା କଟକଣା। କରୋନା ସମୟରେ ପୁରୀ ସ୍ୱର୍ଗଦ୍ୱାରରେ ଶବ ଦାହକୁ ନେଇ ପ୍ରଶାସନ ନେଲା ବଡ ନିଷ୍ପତ୍ତି। ଆସନ୍ତାକାଲିଠାରୁ ପୁରୀ ସ୍ବର୍ଗଦ୍ବାରରେ ଶବଦାହ ଉପରେ କଟକଣା ଲାଗୁ ହେବ। କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବାହାର ଜିଲାର ଲୋକମାନଙ୍କ ପାଇଁ ସ୍ବର୍ଗଦ୍ବାରରେ ଶବଦାହ ବାରଣ କରାଯାଇଛି। ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ ଆଦି କାର୍ଯ୍ୟରେ ମଧ୍ୟ ରୋକ ଲଗାଇଲା ପୁରୀ ଜିଲା ପ୍ରଶାସନ। ଏଣିକି ପରବର୍ତ୍ତି ନିର୍ଦେଶନାମା ଲାଗୁ କରା ନ ଯିବା ପର୍ଯ୍ୟନ୍ତ ଜିଲା ବାହାର ଲୋକେ ପୁରୀରେ ଅସ୍ଥି ବିସର୍ଜନ କିମ୍ବା ଶ୍ରାଦ୍ଧ କାର୍ଯ୍ୟ କରିପାରିବେ ନାହିଁ।  ସ୍ବର୍ଗଦ୍ବାରରେ ଶବସତ୍କାର କରିବା ପାଇଁ ପୁରୀ ଜିଲାବାସୀଙ୍କୁ ନେଗେଟିଭ୍‌ ରିପୋର୍ଟ ଦାଖଲ ପାଇଁ ବାଧ୍ୟତାମୂଳକ କରାଯାଇଛି, ଅନ୍ୟଥା ସେମାନଙ୍କୁ ମଧ୍ୟ ଶବଶତ୍କାର ପାଇଁ ଅନୁମତି ମିଳିବ ନାହିଁ।


କୋଭିଡ୍ କାଳରେ ସ୍ୱର୍ଗଦ୍ୱାରରେ ଶବ ଦାହ ଉପରେ ଲଗାଯାଇଛି କଟକଣା ଲଗାଯାଇଛି। ବିଶେଷ କରି ପୁରୀ ଜିଲା ବାହାର ବ୍ୟକ୍ତିଙ୍କୁ ସ୍ୱର୍ଗଦ୍ୱାର ମନା କରାଯାଇଛି। ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଏପରି ଏକ ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ। ଏହାପୂର୍ବରୁ ମଧ୍ୟ ଯେତେବେଳେ କୋଭିଡର ପ୍ରଥମ ଲହର ଦେଖାଦେଇଥିଲା, ସେ ସମୟରେ ବାହାର ଜିଲା ଓ ରାଜ୍ୟର ଲୋକଙ୍କୁ ପୁରୀ ସ୍ୱର୍ଗଦ୍ୱାର ମନା ହୋଇଥିଲା । ପୁରୀରେ ଅନ୍ୟ ଜିଲ୍ଲା ଓ ରାଜ୍ୟର ଲୋକଙ୍କ ଶବଦାହ ହେଲେ କୋଭିଡ୍ ବ୍ୟାପିବାର ଭୟ ରହୁଛି। ଯାହାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories