www.samajalive.in
Sunday, December 7, 2025
26.1 C
Bhubaneswar

ବଦଳିବେ ପୁରୀ ଏସ୍‌ପି !

ଭୁବନେଶ୍ୱର : ପୁରୀରେ ବନ୍ଦ ପାଳନ ବେଳେ ଆଇନଶୃଙ୍ଖଳା ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଆନ୍ଦୋଳନକାରୀଙ୍କ ଲଙ୍କାକାଣ୍ଡ ଯୋଗୁଁ ବଡଦାଣ୍ଡରେ ବ୍ୟାପକ ହିଂସାକାଣ୍ଡ ହେବାସହିତ ଲୁଟ୍‍ତରାଜ ଘଟଣାକୁ ନେଇ ଏବେ ଗୃହବିଭାଗ ପକ୍ଷରୁ ତର୍ଜମା ଚାଲିଛି। ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳିବାରେ ପୁରୀ ପୁଲିସ ଠିକଣା ପଦକ୍ଷେପ ନେଇ ନଥିବାନେଇ ସାଧାରଣରେ ସମାଲୋଚନା ହେଉଥିବାରୁ ଏଥିପାଇଁ ପୁରୀ ଆରକ୍ଷୀ ଅଧୀକ୍ଷକଙ୍କୁ ବଦଳି କରିବାପାଇଁ ବିଭିନ୍ନ ମହଲରୁ ସ୍ୱର ଉଠିଛି। ଏଭଳି ଅଭାବନୀୟ ଘଟଣା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆଘାତ
ଦେଇଛି। ଏହାକୁ ନେଇ ଗୃହ ବିଭାଗ ପକ୍ଷରୁ ପୁରୀ ଆରକ୍ଷୀ ଅଧୀକ୍ଷକ ଡ. ସାର୍ଥକ ଷଡ଼ଙ୍ଗୀଙ୍କୁ ବଦଳି କରିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଫାଇଲ ପଠାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।
ସୂଚନାଯୋଗ୍ୟ ଯେ ଜଗନ୍ନାଥ ସେନା ପକ୍ଷରୁ ବନ୍ଦ ପାଳନ ବେଳେ ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ପୋଡାଜଳ କରିବା ସହିତ ପୁରୀ ଏସ୍‍ପି ଓ ଜିଲାପାଳଙ୍କ ଉପରକୁ ଆକ୍ରମଣ କରିବା ସାଙ୍ଗକୁ ସ୍ଥାନୀୟ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘର ଭିତରକୁ ଧସେଇ ପଶିଥିଲେ। ଏହାସହିତ ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ଓ ଲୁଟ୍‍ପାଟ୍‍ କରିଥିଲେ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories