www.samajalive.in
Saturday, December 6, 2025
23.1 C
Bhubaneswar

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଯୁଦ୍ଧାସ୍ତ୍ର

ପୁରୀ : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଯୁଦ୍ଧାସ୍ତ୍ର ରହିଥିବା ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି। ଗୁରୁବାର ୧୧ଜଣିଆ କମିଟି ଭିତର ରତ୍ନଭଣ୍ଡାର ଭିତରେ ପ୍ରବେଶ କରିଥିଲେ। ସେଠାରେ ରହିଥିବା ୩ଗୋଟି ରତ୍ନଅଳଙ୍କାର ଭର୍ତ୍ତି ସିନ୍ଦୁକ ଓ ୪ ଆଲମାରୀ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି। ଭିତର ରତ୍ନଭଣ୍ଡାରରେ କିଛି ଯୁଦ୍ଧାସ୍ତ୍ର ରହିଥିବା‌ ଦେଖି ସଦସ୍ୟମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ଯୁଦ୍ଧାସ୍ତ୍ରଗୁଡ଼ିକ ଉପରେ କଳା ଆବରଣ ରହିଥିବାରୁ ତାହା କେଉଁ ଧାତୁରେ ନିର୍ମିତ ତାହା ଜଣାପଡ଼ିନାହିଁ। ରାଜା କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ କରି ୧୬ଟି ହସ୍ତୀ ଉପରେ ଆଣିଥିବା ବିପୁଳ ରତ୍ନ ଅଳଙ୍କାର ପ୍ରଭୁଙ୍କୁ ଉତ୍ସର୍ଗ କରିଥିଲେ। ଏହାଛଡ଼ା ବିଭିନ୍ନ ସମୟରେ ପୁରୀ ରାଜା ୪୨ ସାମ୍ରାଜ୍ୟ ଜୟ କରିଥିଲେ। ଯୁଦ୍ଧରେ ବ୍ୟବହାର କିଛି ଅସ୍ତ୍ରଶସ୍ତ୍ର ରତ୍ନଭଣ୍ଡାରରେ ରଖାଯାଇଥିବା ଜଣାପଡ଼ିଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories