www.samajalive.in
Saturday, December 6, 2025
26.1 C
Bhubaneswar

ବୃଦ୍ଧଙ୍କୁ ଭତ୍ତା ପ୍ରଦାନ ପାଇଁ ସରକାରଙ୍କୁ ନିବେଦନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅରାପାଜୁ ଗ୍ରାମପଞ୍ଚାୟତ ଠାରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ହିତାଧିକାରୀ ଅନେକ ଅସୁବିଧାର ସାମ୍ନା କରୁଥିବା ଅଭିଯୋଗ ହୋଇଛି । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ସବୁ କ୍ଷେତ୍ରରେ ବରିଷ୍ଠ ନାଗରିକ ମାନଙ୍କୁ ପ୍ରାଥମିକତା ଦେଉଥିବା ବେଳେ ସେମାନଙ୍କ ପାଇଁ ସରକାର ଭତ୍ତା ପ୍ରଦାନ ବ୍ୟବସ୍ଥା କରିଛନ୍ତି । କିନ୍ତୁ କିଛି ସରକାରୀ ଅଧିକାରୀଙ୍କ ମନମୁଖୀ ଚିନ୍ତାଧାରା ପାଇଁ ଅନେକ ବରିଷ୍ଠ ନାଗରୀକ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହୋଇଥିବା ଅଭିଯୋଗ ଆସିଛି । ଏ ହେଉଛନ୍ତି ଅରାପାଜୁ ଗ୍ରାମପଞ୍ଚାୟତ ବୁଡ଼ାରା଼କାଡି ଗ୍ରାମର ମଦନା ବେହେରା । ବୟସ ୮୦ ବର୍ଷ ହୋଇଥିବା ବେଳେ ସେ ଅସୁସ୍ଥ ହୋଇ ଘରେ ଖଟିଆରେ ପଡ଼ି ରହିଛନ୍ତି । ମଦନାଙ୍କ ପୁଅ ବୁଡ଼ାରାକଡି ୱାର୍ଡ ସଭ୍ୟଙ୍କ ପାଖରୁ ଲିଖିତ ଭାବେ ଏକ ଦରଖାସ୍ତ ମାଧ୍ୟମରେ ପିଇଓଙ୍କ ପାଖକୁ ଯାଇ ନିଜ ମାଁ ଙ୍କ ଅସୁସ୍ଥତା ସମ୍ପର୍କରେ କହିବା ସହ ତାଙ୍କୁ ଭତ୍ତା ଦେବାକୁ ଅନୁରୋଧ କରିଥିଲେ ।

ହେଲେ ପିଇଓ ଜଣକ ଭତ୍ତା ଦେବାକୁ ସିଧା ସିଧା ମନା କରିବା ସହ ନିଜେ ହିତାଧିକାରୀ ଆସିଲେ ହିଁ ଭତ୍ତା ନେବେ ବୋଲି କହିଥିଲେ । ଏନେଇ ସୁଶାନ୍ତ ବେହେରା ସ୍ଥାନୀୟ ଜନପ୍ରତିନିଧିଙ୍କୁ ସୂଚନା ଦେଇ ପିଇଓଙ୍କ ସହ କଥା ହେବାକୁ କହିବାରୁ ପିଇଓ ଜଣକ ମୁଁ କାହା ସହ କଥାବାର୍ତ୍ତା କରିପାରିବି ନାହିଁ, ଯାହା ପାଖରେ ଅଭିଯୋଗ କରିବାର ଅଛି କର ବୋଲି କହିଥିବା କହିଛନ୍ତି । କିନ୍ତୁ ଅସୁସ୍ଥ ମଦନା ବେହେରା ଖଟିଆରୁ ଉଠିପାରୁନଥିବା ଅବସ୍ଥାରେ କେମିତି ଭତ୍ତା ପାଇଁ ପଞ୍ଚାୟତକୁ ଯାଇ ଭତ୍ତା ଆଣିବେ ବୋଲି ତାଙ୍କ ପୁଅ କହିଛନ୍ତି । ସେହିଭଳି ଅନେକ ବୟସାଧିକ ହିତାଧିକାରୀ ଏହିଭଳି ସମସ୍ୟା ଭିତରେ ରହୁଥିବା ବେଳେ ସରକାର ସେମାନଙ୍କ ପାଇଁ ତୁରନ୍ତ ମାର୍ଗ ଦର୍ଶିକା ବ୍ୟବସ୍ଥା କରନ୍ତୁ ଏବଂ ଅସୁସ୍ଥ ହିତାଧିକାରୀଙ୍କୁ ନିଜଘରେ କିଭଳି ସେମାନଙ୍କ ଭତ୍ତା ପ୍ରଦାନ କରାଯିବ ସେନେଇ ତୁରନ୍ତ ସ୍ଥାନୀୟ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେବାକୁ ହିତାଧିକାରୀ ଦାବି କରିଛନ୍ତି ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories