ପୁରୀ : ଶ୍ରୀକ୍ଷେତ୍ରରେ ବଡ଼ ଠାକୁରଙ୍କ ବଡ଼ ଦାଣ୍ଡ, ବଡ଼ ବଡ଼ ୩ଟି ରଥ। ଏହି ପ୍ରାଚୀନତା, ଭବ୍ୟତା ଆଉ କେଉଁଠାରେ ଦେଖିବାକୁ ମିଳେନାହିଁ। ପୁରୀ ରଥଯାତ୍ରାର ସାଂସ୍କୃତିକ ବୈଭବକୁ ଆହୁରି ଗରିମାମୟ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବଡ଼ ପ୍ରୟାସ। ବିଶ୍ବନିୟନ୍ତାଙ୍କ ରଥଯାତ୍ରାକୁ ମିଳିପାରେ ବିଶ୍ବସ୍ତରୀୟ ସାଂସ୍କୃତିକ ଐତିହ୍ୟ ମାନ୍ୟତା। ମହାପ୍ରଭୁଙ୍କ ରଥଯାତ୍ରାକୁ ଯୁନେସ୍କୋ ଦ୍ବାରା ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା ପ୍ରଦାନ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଫଳରେ ବିଶ୍ବର ବିଭିନ୍ନ ସ୍ଥାନରେ ହେଉଥିବା ଅଦିନିଆ ରଥଯାତ୍ରାକୁ ସବୁ ଦିନ ପାଇଁ ବନ୍ଦ କରାଯାଇ ପାରିବ। ନବଦିନାତ୍ମକ ରଥଯାତ୍ରାର ଯୁନେସ୍କୋ ଇନଟାଞ୍ଜିବଲ କଲଚରାଲ ହେରିଟେଜ ମାନ୍ୟତା ହାସଲ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏନେଇ ନାମାଙ୍କନପତ୍ର ପ୍ରସ୍ତୁତି ପ୍ରକ୍ରିୟା ଚାଲିଥିବାବେଳେ ଖୁବ୍ଶୀଘ୍ର ଏହା ଦାଖଲ କରାଯିବ ବୋଲି ସୂଚନା ମିଳିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି। ଆଲୋଚନା ସକରାତ୍ମକ ରହିଥିବାବେଳେ ଖୁବ୍ଶୀଘ୍ର ନାମାଙ୍କନପତ୍ର ଦାଖଲ କରାଯିବ ବୋଲି ଆଇନମନ୍ତ୍ରୀଙ୍କଠାରୁ ସୂଚନା ମିଳିଛି। ଏଭଳି ପଦେକ୍ଷପକୁ ଶ୍ରୀଜଗନ୍ନାଥପ୍ରେମୀ ଏବଂ ବରିଷ୍ଠ ସେବାୟତ ସ୍ବାଗତ କରିଛନ୍ତି।
ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା !
Popular Categories



