www.samajalive.in
Saturday, December 6, 2025
23.1 C
Bhubaneswar

ୟୁଜିସି – ନେଟ ପରୀକ୍ଷାରେ ଜିଏମୟୁ ଛାତ୍ରଛାତ୍ରୀଙ୍କ କୃତୀତ୍ୱ

ସମ୍ବଲପୁର: ୟୁଜିସି – ନେଟ ପରୀକ୍ଷା ଫଳରେ ଗଙ୍ଗାଧର ମେହେର ବିଶ୍ବିଦ୍ୟାଳୟର ଇଂରାଜୀ ବିଭାଗର ଛାତ୍ର ଛାତ୍ରୀ ମାନେ ଅଭୂତପୂର୍ବ କୃତିତ୍ୱ ଲାଭ କରିଛନ୍ତି। ଛାତ୍ରୀ ଚନ୍ଦ୍ରମା ଜାଲ ଜେଆରଏଫ ପାଇବା ସହିତ ବିଭାଗର ୨୮ ଜଣ ଛାତ୍ରଛାତ୍ରୀ ନେଟ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗର ନେଟ୍ (ଇଂରାଜୀ)ର ଡିସେମ୍ବର ୨୦୨୪ ପାଇଁ ଯୋଗ୍ୟ ଛାତ୍ରଛାତ୍ରୀମାନେ ହେଲେ: ଚନ୍ଦ୍ରମା ଜାଲ (ଜେଆରଏଫ ), ପ୍ରସାଦ ମହାପାତ୍ର, ନିରୁପମା କୁଜୁର, ରାମକୃଷ୍ଣ ବାଗ, ଆକାଂଶା ପତି, ନିଶିଥ ଭାନୁ ବହିଦାର, ବିରାଜ ବାରଜୋ, କମଲ ସରାଫ, ନେହା ପଂଜବାନୀ, ପ୍ରୀତି ଲାବନ୍ୟା, ଐଶ୍ବର୍ଯ୍ୟା ତ୍ରିପାଠୀ, ଦିଲୀପ ସାହୁ, ପରମେଶ୍ୱର ଦୀପ, ସ୍ନେହା ସୁଜାନା ବାରା, ଅଙ୍କିତା ବାରିକ୍, ନିହାରିକା ସେଠ, ଗାୟତ୍ରୀ ମୁନା, ସୁଲୋଚନା ଟୁଡୁ, ସୁଜିତ କୁମାର ବେହେରା, ଓରିଲିନ୍ ସାହୁ, ସ୍ବାଧିନ ସାହୁ, ଶିବାଶିଷ ମହାପାତ୍ର, ସଞ୍ଜିବନୀ ଦାଶ, ବୀଣାଲକ୍ଷ୍ମୀ ବାଗ, ଉଦୟ ଦର୍ଲା, ଶୁଭଙ୍କା ଶୁଭଦର୍ଶିନୀ ମହାନ୍ତି, ପ୍ରିୟାଂଶୁ ସେନ୍ ଏବଂ ଅମୃତା ଏକ୍କା। ଏହା ଏକ ସର୍ବକାଳୀନ ରେକର୍ଡ ଏବଂ ଛାତ୍ରଛାତ୍ରୀଙ୍କ କଠିନ ଓ ନିରନ୍ତର ପରିଶ୍ରମ ତଥା ଶିକ୍ଷକଙ୍କ ମାର୍ଗଦର୍ଶନ ଯୋଗୁଁଁ ଏହି ସଫଳତା ସମ୍ଭବ ହୋଇଛି ବୋଲି ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଅଞ୍ଜଳି ତ୍ରିପାଠୀ କହିଛନ୍ତି। ଚଳିତ ଶିକ୍ଷାବର୍ଷ ପିଜି ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ ଜଣ ନେଟ୍ ପରୀକ୍ଷାରେ ଯୋଗ୍ୟ ବିବେଚିତ ହୋଇ ସାରିଛନ୍ତି ବୋଲି ପ୍ରଫେସର ତ୍ରିପାଠୀ ସୂଚନା ଦେଇଛନ୍ତି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories