www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରୀରାମ ବାଟିକା ୨୪ ପ୍ରହରୀ ନାମଯଜ୍ଞରେ ପୁର୍ଣ୍ଣାହୁତି

ସମ୍ବଲପୁର: ଗତ ୫ ତାରିଖରୁ ଆୟୋଜିତ ହେଉଥିବା ୨୪ ପ୍ରହରୀ ନାମଯଜ୍ଞ ସ୍ଥାନୀୟ କେନଘାଟି ସ୍ଥିତ ଶ୍ରୀରାମ ବାଟିକାରେ ରବିବାର ସମ୍ପନ୍ନ ହୋଇଛି। ନାମଯଜ୍ଞର ପୁର୍ଣ୍ଣାହୁତି ସମ୍ପନ୍ନ ହୋଇଥିବା ବେଳେ ଏକ ସୁସଜ୍ଜିତ ବିମାନରେ ରାଧାମାଧବଙ୍କ ମୂର୍ତ୍ତି ରଖାଯାଇ ନଗର ପରିକ୍ରମା କରାଯାଇଥିଲା। ମୁଖ୍ୟ ଆୟୋଜକ ଶତ୍ରୁଘ୍ନ ଲାଲ ସାହା, ତାଙ୍କର ଧର୍ମପତ୍ନୀ, ପୁତ୍ର ସିଦ୍ଧାର୍ଥ, ପୁତ୍ରବଧୁ ଦେବୀଜାନୀ ଓ ପରିବାରବର୍ଗଙ୍କ ସହିତ ଏଥିରେ ୨ ଶହରୁ ଊର୍ଦ୍ଧ୍ବ ସାଧୁ ସନ୍ଥ ଙ୍କ ସହିତ ହଜାରରୁ ଊର୍ଦ୍ଧ୍ବ ଭକ୍ତ ମାନେ ସାମିଲ ହୋଇଥିଲେ। ଏହି ଧାର୍ମିକ ଅନୁଷ୍ଠାନରେ ଆଖପାଖର ୨୦ଟି ନାମକରା ସଂକୀର୍ତ୍ତନ ଓ ଛତିଶଗଡ଼଼ ରାଜ୍ୟରୁ ୨୦ଟି ପ୍ରତିଷ୍ଠିତ ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଥିଲେ। ବିଗତ ୫ ଦିନ ଧରି ଚାଲିଥିବା ଏହି ଅଖଣ୍ଡ ୨୪ ପ୍ରହରୀ ନାମଯଜ୍ଞରେ ଯୋଗ ଦେବାକୁ ଭାରତର କୋଣ ଅଣୁକୋଣରୁ ନାଗାବାପା, ସାଧୁ ସନ୍ଥ, ପବିତ୍ର ମହାକୁମ୍ଭ ସ୍ନାନ ସମୟରେ ଚର୍ଚ୍ଚା ପରିସରକୁ ଆସିଥିବା ପ୍ରୟାଗରାଜର ବାବା ଖଡେଶ୍ୱରୀ, ଛତରପୁର ମଧ୍ୟପ୍ରଦେଶର ମହନ୍ତ ରାଜେଶ୍ୱରୀ ବାବା, ମଣ୍ଡଳଶ୍ରୀ ମହନ୍ତ ରାମନାନା ପୁରୀ ମହାରାଜ, ଶିବପୁରୀ ମଧ୍ୟପ୍ରଦେଶର ମହନ୍ତ ରାଜେନ୍ଦ୍ର ପୁରୀ ମହାରାଜ, ଶ୍ରୀ ମହନ୍ତ ପୁରୀ ରଘୁପୁରୀ ଜୀ ମହାରାଜ, ରାଧେଶ୍ୱର ପୁରୀ ନାଗାବାବା ଜୀ ମହାରାଜ, ଗିଲାବ ପୁରୀ ଜୀ ମହାରାଜ, ମହନ୍ତ ବଜରଙ୍ଗ ପୁରୀ ଜୀ ମହାରାଜ, ଜୀବନ ପୁରୀ ଜୀ ମହାରାଜ, କଲ୍ୟାଣ ପୁରୀ ଜୀ ମହାରାଜ, ନାଗାବାବା ବଡ଼ପୁରୀ ଜୀ ମହାରାଜ, ଅନଗୁଳର ମୋନୁ ମହାରାଜ ଜୀ, ନାଗାବାବା ଗଙ୍ଗା ଗିରି ଖେଣ୍ଡେ ବାବା, ଢେଙ୍କାନାଳ କପିଳାସ ର ଜୟନ୍ତ ଗିରି ବାବା, ମଧ୍ୟପ୍ରଦେଶ ଚମ୍ବଲର ବାବା ସୁନ୍ଦର ଦାସ ଜୀ ମହାରାଜ, ହୃଷିକେଶର ବାବା ସ୍ୱରାଜ ଦାସ ଜୀ ମହାରାଜ ପ୍ରମୁଖ ଏହି ନଗର ପରିକ୍ରମା ରେ ସାମିଲ ହୋଇଥିଲେ। ଏଥି ସହ ବିଭିନ୍ନ ମନ୍ଦିରର ପୁଜକ, ସେବକ, ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଏହି ଧାର୍ମିକ ଅନୁଷ୍ଠାନରେ ସାମିଲ ହୋଇଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories