www.samajalive.in
Sunday, December 7, 2025
26.1 C
Bhubaneswar

କାଥଲିକ୍ ସାଂସ୍କୃତିକ କମିଟିର ପ୍ରସ୍ତୁତି ବୈଠକ 

ରାଇକିଆ: ରାଇକିଆ କାଥଲିକ୍ ସାଂସ୍କୃତିକ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଚର୍ଚ୍ଚ ପରିସରରେ ଅନୁଷ୍ଠିତ ହୋଇଛି। ଆଗାମୀ ଏପ୍ରିଲ ୨୦ ତାରିଖରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ପର୍ବ ଅବସରରେ ସ୍ଥାନୀୟ ଯୁବ ଗୋଷ୍ଠୀ ଏବଂ ଓଡ଼ିଶାର ନାମିଦାମୀ ଗାୟକ, ଗାୟିକା କଳାକାରଙ୍କୁ ନେଇ ଖ୍ରୀଷ୍ଟୀୟ ଭକ୍ତି ସଙ୍ଗିତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ଆଲୋଚନା ହୋଇଛି। କମିଟି ସଭାପତି ବିନୟ କୁମାର ସଭାସୁନ୍ଦରଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଛି। ସାଧାରଣ ସମ୍ପାଦକ ଅନିଲ ଦିଗାଳ ପରିଚାଳନା କରିଥିଲେ। ଉପସଭାପତି ଯୋଗେନ୍ଦ୍ର ନୀଳମଣି ମଣ୍ଡଳ, ସମ୍ପାଦକ ରାଜକୁମାର ପ୍ରଧାନ, କୋଷାଧ୍ୟକ୍ଷ ସୁନିଲ କୁମାର ନାୟକ, ଉପଦେଷ୍ଟା ରଶ୍ମି ରଞ୍ଜନ ତ୍ରିପାଠୀ, ଜୟାନନ୍ଦ ନାୟକ,ଅମିୟ ରଞ୍ଜନ ଦିଗାଳ ,ମୁକ୍ତ ପରିଛା, ପତିତପାବନ ପ୍ରଧାନଙ୍କ ସହ ବିଭିନ୍ନ ମଣ୍ଡଳୀରୁ କର୍ମକର୍ତ୍ତା, ପ୍ରଚାର,ପ୍ରଚାରିକା, ଖ୍ରୀଷ୍ଟ ବିଶ୍ବାସୀ ବୃନ୍ଦ ଯୋଗ ଦେଇ ନିଜ ମତ ପ୍ରକାଶ କରିଥଲେ। ସହ କମିଟି ଗଠନ କରି ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି।ବହୁ ସଂଖ୍ୟକ ଯୁବ ଗୋଷ୍ଠୀ ସାମିଲ ହୋଇଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories