www.samajalive.in
Saturday, December 6, 2025
26.1 C
Bhubaneswar

ଦିବାକର ପଟ୍ଟନାୟକ ଉଚ୍ଚତ୍ତର ଶିକ୍ଷା ଗବେଷଣା ପ୍ରତିଷ୍ଠାନରେ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ

ଗୋପାଳପୁର: ଉଦ୍ଭାବନ, ଉନ୍ମେଷ, ଉତ୍କର୍ଷତା ହେଉଛି ଭାରତୀୟ ଜ୍ଞାନ ପରମ୍ପରାର ଉତ୍ସର୍ଗୀକୃତ ଉତ୍ସ। ଶିକ୍ଷାର ଶୈକ୍ଷିକ ମୂଲ୍ୟବୋଧକୁ ଜାଣିବା,ବୁଝିବା ଓ ପ୍ରୟୋଗ କରିବା ହିଁ ପ୍ରକୃତ ଶିକ୍ଷା ବୋଲି ଦିବାକର ପଟ୍ଟନାୟକ ଉଚ୍ଚତ୍ତର ଶିକ୍ଷା ଗବେଷଣା ପ୍ରତିଷ୍ଠାନରେ ଅନୁଷ୍ଠିତ ଜାତୀୟ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମତବ୍ୟକ୍ତ କରିଥିଲେ। ପ୍ରତିଷ୍ଠାନର  ଅଧ୍ୟକ୍ଷ ପ୍ରଫେସର ବିମଳ ଚରଣ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ପ୍ରଚେଷ୍ଟାରେ ପ୍ରଥମ ଥର ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ର ସୁଯୋଗ ଏବଂ ଆହ୍ଵାନଗୁଡିକୁ ସମାନତା, ବିବିଧତା ଓ ଅନ୍ତର୍ଭୂକ୍ତିକୁ ପ୍ରୋତ୍ସାହିତ କରିବା ସମ୍ପର୍କିତ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟ ବ୍ରହ୍ମପୁରର ନିର୍ଦେଶକ ଡ ସିଦ୍ଧାର୍ଥ ଶଙ୍କର ପାଢୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମାତୃଭାଷା ଶିକ୍ଷାଦାନ ଉପରେ ଗୁରୁତ୍ବାରୋପ କରିଥିଲେ। ସମ୍ମାନିତ ଅତିଥିଭାବେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ବରର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର  ଅଗ୍ରୱାଲ , ଶୈଳବାଳା ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷା ପ୍ରଫେସର ସୁରେଖାସୁନ୍ଦରୀ ସ୍ବାଇଁ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ବ୍ରହ୍ମପୁରର ପୂର୍ବତନ ନିର୍ଦେଶକ ଡ ପ୍ରବୀଣ କୁମାର ତ୍ରିପାଠୀ ଓ ମୁଖ୍ୟ ବକ୍ତା ଭାବେ ପଶ୍ଚିମବଙ୍ଗ ସ୍ଥିତ ବିଶ୍ଵଭାରତୀ, ଶାନ୍ତିନିକେତନ ବିଶ୍ଵବିଦ୍ୟାଳୟର ଶିକ୍ଷା ବିଭାଗର ପ୍ରଫେସର କାହ୍ନୁ ଚରଣ ସାହୁ ଯୋଗଦେଇ ଜାତୀୟ ଶିକ୍ଷାନୀତି  ୨୦୨୦ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ଆଭାସୀ ମାଧ୍ୟମରେ କେନ୍ଦ୍ରୀୟ ଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଯୁଗ୍ମ ନିର୍ଦେଶକ ପ୍ରଫେସର ଅମରେନ୍ଦ୍ର ପ୍ରସାଦ ବେହେରା ଓ ନାଗାଲାଣ୍ଡ ବିଶ୍ବବିଦ୍ୟାଳୟର ଶିକ୍ଷା ବିଭାଗ ପ୍ରଫେସର ପି କେ ପଟ୍ଟନାୟକ ଯୋଗ ଦେଇ ଜାତୀୟ ଶିକ୍ଷାନୀତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଗଞ୍ଜାମ ଜିଲ୍ଲାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ସହକାରୀ ପ୍ରଫେସର ଡ ରାମଚନ୍ଦ୍ର ମାଝୀଙ୍କ ଦ୍ବାରା ରଚିତ ସମବେତ ସଙ୍ଗୀତକୁ ପ୍ରତିଷ୍ଠାନର ଛାତ୍ରୀମାନେ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ସହକାରୀ ପ୍ରଫେସର  ଡ ଦିଲୀପ କୁମାର ଦଳାଇ ସଂଚାଳନ କରିଥିବା ବେଳେ ଜାତୀୟ ପାଠଚକ୍ରର କାର୍ଯ୍ୟକାରୀ ସମ୍ପାଦକ ଡ ସୁରଞ୍ଜିତ ମୁନି ବିବରଣୀ ପାଠ ଓ ସହ ସମ୍ପାଦକ ଡ ସନ୍ତୋଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories