www.samajalive.in
Saturday, December 6, 2025
23.1 C
Bhubaneswar

ରାଜ୍ୟସ୍ତରୀୟ ୬୬୨ ବର୍ଗ ପିଏଚଡିଧାରୀ ଅଧ୍ୟାପକ/ଅଧ୍ୟାପିକାଙ୍କ ବୈଠକ

ସମ୍ବଲପୁର: ସମ୍ବଲପୁର ସ୍ଥିତ ସମଲେଶ୍ବରୀ ମନ୍ଦିର ପରିସରରେ ରାଜ୍ୟ ସ୍ଥରୀୟ ୬୬୨ ବର୍ଗ ପିଏଚଡିଧାରୀ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ଏକ ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ ବୈଠକରେ ବିଭିନ୍ନ ଜିଲାର ପି.ଏଚ.ଡି. ଅଧ୍ୟାପକ ଓ ଅଧ୍ୟାପିକା ମାନେ ଅଂଶ ଗ୍ରହଣ କରି ସୁଚିନ୍ତିତ ମତ ବ୍ୟକ୍ତ କରିଥିଲେ। ବୈଠକରେ ସର୍ବ ସମ୍ମତି କ୍ରମେ ପି.ଏଚ.ଡି. ଧାରୀ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ଇନକ୍ରିମେଣ୍ଟ, ପଦୋନ୍ନତି, ଚାକିରି ସର୍ତ୍ତାବଳୀ ନିମନ୍ତେ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରାଯାଇଥିଲା। ଦୀର୍ଘ ବର୍ଷ ହେବ, ସେମାନେ ଏହି ସୁବିଧା ଓ ସୁଯୋଗ ଗୁଡ଼ିକରୁ ବଞ୍ଚିତ ହୋଇ ଆସିଛନ୍ତି। ତେଣୁ ସରକାରଙ୍କ ଠାରେ ଏଥି ପାଇଁ ବିଶେଷ ଧ୍ୟାନ ଦେବାକୁ ଅନୁରୋଧ କରାଗଲା। ଏଥିରେ ଡ. ଧନଞ୍ଜୟ ସେଠଙ୍କୁ ସର୍ବସମ୍ମତି କ୍ରମେ ସଭାପତି ଭାବେ ଚୟନ କରାଗଲା। ଅନ୍ୟମାନଙ୍କ ମଧ୍ୟରେ ଡ. ସୁରେଶ ପାଣ୍ଡେ, ଡ. ସରୋଜ କୁମାର ଦେବତା, ଡ. ମନୋଜ ପ୍ରସାର ପାଣିଗ୍ରାହୀ, ଡ. ତୃପ୍ତି ମିଶ୍ର, ଡ. ପ୍ରୀତି ଧାରା ପରିଜା, ଡ. ବିନୀତା ମହାପାତ୍ର, ଡ. ଅଜିତ କୁମାର ଭୋଇ, ଡ. ସୁଧାଂଶୁ ପଟ୍ଟନାୟକ, ଡ. ସରୋଜ କୁମାର ପଣ୍ଡା, ଡ. ସତ୍ୟନାରାୟଣ ଠାକୁର, ଡ. ସ୍ବୟଂ ପ୍ରକାଶ ପଣ୍ଡା, ଡ. ଜୟନାରାୟଣ ମେଣ୍ଡେଲୀ, ଡ. ଦେବାନନ୍ଦ ସାହୁ, ଡ. ମନୋଜ ପଟେଲ, ଡ. ଦୈତାରୀ ପୂଜାରୀ, ଡ. ଗୋବିନ୍ଦ ମହାରଣା, ଡ. ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories