www.samajalive.in
Sunday, December 7, 2025
13.1 C
Bhubaneswar

ଆଜି ରଥ ଦକ୍ଷିଣ ମୋଡ଼

ପୁରୀ : ପରମ୍ପରା ଅନୁଯାୟୀ ଆଜି ତିନିରଥ ଦକ୍ଷିଣ ମୋଡ କରାଯିବ। ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇବା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଆଗରେ ଥିବା ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣାଯାଇ ନାକଚଣା ଦ୍ୱାର ନିକଟକୁ ନିଆଯିବ। ପ୍ରଥମେ ଦର୍ପଦଳନ ରଥ ଦକ୍ଷିଣ ମୋଡ କରାଯିବା ବିଧି ରହିଛି। ସେଠାରେ ଦକ୍ଷିଣଙ୍କୁ ମୁହଁକରି ତିନିରଥ ରଖାଯିବ। ଶ୍ରୀଗୁଣ୍ଡିଚା ଓ ବାହୁଡା ପରେ ଘଣ୍ଟୁଆ ମାନେ ମିଳିତ ଘଣ୍ଟବାଦ୍ୟ ପରିବେଷଣ କରିବେ। ଆଗାମୀ ୫ ତାରିଖ ଦଶମୀ ତିଥିରେ ମହାପ୍ରଭୁ ରଥରେ ବସି ବାହୁଡା ବିଜେ କରିବେ। ମହାଲକ୍ଷ୍ମୀଙ୍କୁ ଦେଇଥିବା କଥାରଖି ଶ୍ରୀମନ୍ଦିରକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଦାରୁବ୍ରହ୍ମ। ଶ୍ରୀମନ୍ଦିର ପ୍ରଶାସନ ସୂଚନା ଅନୁଯାୟୀ ଆଡ଼ପ ମଣ୍ଡପରେ ପ୍ରଭୁଙ୍କ ସକାଳଧୂପ ପରେ ରଥ ଆଜ୍ଞାମାଳ ବିଜେ କରିବେ। ତିନିଜଣ ପୂଜାପଣ୍ଡା ସେବକ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ଆଜ୍ଞାମାଳ ସହ ଶରଧାବାଲିରେ ଥିବା ରଥ ନିକଟକୁ ଯିବେ। ତିନି ରଥରେ ଆଜ୍ଞାମାଳ ଲାଗି କରାଯିବ। ଉତ୍ତରକୁ ମୁହଁକରି ରହିଥିବା ତିନିରଥ ଦକ୍ଷିଣ ମୋଡ କରାଯିବ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories