www.samajalive.in
Saturday, December 6, 2025
16.1 C
Bhubaneswar

ସ୍ପଷ୍ଟ ଦିବାଲୋକରେ ଯୁବତୀଙ୍କୁ ଗଳାକାଟି ହତ୍ୟା

ଭୋପାଳ: ଏକତରଫା ପ୍ରେମରେ ବିଫଳ ହେବାପରେ ମଧ୍ୟପ୍ରଦେଶର ନରସିଂହପୁର ଜିଲାରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ସ୍ପଷ୍ଟ ଦିବାଲୋକରେ ବିଫଳ ପ୍ରେମିକ ଜଣକ ଏକ ଡାକ୍ତରଖାନା ପରିସରରେ ୧୯ ବର୍ଷୀୟା ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ଡାକ୍ତରଖାନା କର୍ମଚାରୀ, ସୁରକ୍ଷା କର୍ମୀ, ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଉପସ୍ଥିତ ଥିଲେ ସୁଦ୍ଧା କେହି ସାହସ ଜୁଟାଇ ଏହାକୁ ରୋକି ପାରିନାହାନ୍ତି।

ସୂଚନା ମୁତାବକ ପ୍ରାଣ ହରାଇଥିବା ଯୁବତୀଙ୍କ ନାମ ସନ୍ଧ୍ୟା ଚୌଧୁରୀ। କୌଣସି କାର୍ଯ୍ୟରେ ସନ୍ଧ୍ୟା ଜୁନ ୨୭ରେ ସରକାରୀ ଡାକ୍ତରଖାନାକୁ ଯାଇଥିଲେ। ଏହି ସମୟରେ ଅଭିଷେକ କୋଷ୍ଠି ନାମକ ତଥାକଥିତ ପ୍ରେମିକ ସେଠାରେ ପହଞ୍ଚି ସନ୍ଧ୍ୟାଙ୍କ ସହ ଯୁକ୍ତିତର୍କ କରିଥିଲା। ଏହା ଉଗ୍ରରୂପ ଧାରଣ କରିବାପରେ ଅଭିଷେକ ଏକ ଛୁରିରେ ସନ୍ଧ୍ୟାଙ୍କ ତଣ୍ଟି କାଟିଦେଇଥିଲା। ରକ୍ତାକ୍ତ ଅବସ୍ଥାରେ ସନ୍ଧ୍ୟା ଚିତ୍କାର କରୁଥିଲେ ସୁଦ୍ଧା କେହି ସାହାଯ୍ୟ କରିିବାକୁ ଆସିନଥିଲେ। ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ସନ୍ଧ୍ୟାଙ୍କ ମୃତଦେହ ସେଠାରେ ପଡିରହିଥିଲା। ଏପରିକି ଜଣେ ଡାକ୍ତର ଏହି ଘଟଣାର  ଭିଡିଓ ରେକର୍ଡିଂ କରୁଥିବା ଲକ୍ଷ୍ୟ କରାଯାଇଛି। ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଅଭିଷେକକୁ ଗିରଫ କରିଥିବା ଜଣାପଡିଛି।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories